ଚନ୍ଦ୍ରଗ୍ରହଣ : କ’ଣ କରିବେ କ’ଣ କରିବେନି ?

384

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ଯାଏଁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଗ୍ରହଣ ଯୋଗୁଁ ସୋମବାର ସାରାରାତି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଥିଲା ।

ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ଅପରାହ୍ଣ ୨ଟା ୩୮ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଶ୍ରଦ୍ଧାଳୁ ସାମାନ୍ୟ ଚିନ୍ତାରେ ଥିଲେ । କିନ୍ତୁ ଡଙ୍ଗା ଭସାଇବା ପାଇଁ ସମୟ ସ୍ଥିର କରାଯାଇଥିଲା । ରାତି ୨ଟାରୁ ଭୋର ୫ଟା ୩୮ ଯାଏଁ ଶ୍ରଦ୍ଧାଳୁଙ୍କୁ ଡଙ୍ଗା ଭସାଇବା ପାଇଁ କୁହାଯାଇଥିଲା । ଶ୍ରଦ୍ଧାଳୁ ମଧ୍ୟ ଖୁସି ଖୁସି ଭୋରରୁ ଉଠି ଡଙ୍ଗା ଭସାଇଛନ୍ତି ।

– କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଶେଷ ଚନ୍ଦ୍ରଗ୍ରହଣ
– ମଙ୍ଗଳବାର ଭୋର ୫ଟା ୫୪ରୁ ପାକତ୍ୟାଗ ନିଷେଧ
– ଦେବନୀତି ଓ ପୂଜାର୍ଚ୍ଚନା ବନ୍ଦ
– ଭୋର ୫ ଟା ୩୮ ପୂର୍ବରୁ ଡଙ୍ଗା ଭସାଇ ପାରିବେ ଶ୍ରଦ୍ଧାଳୁ
– ୨ଟାରୁ ଭୋର ୫ଟା ୩୮ମଧ୍ୟରେ ଡଙ୍ଗା ଭସାଇବେ 
– ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୮ରେ ସର୍ବମୋକ୍ଷ
– ୧ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
– ଚନ୍ଦ୍ରଗ୍ରହଣକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ କଟକଣା, ନୀତିକାନ୍ତି
– ଗ୍ରହଣ ସମୟରେ ଭୋଜନ ନିଷେଧ 
– ରୋଗୀ, ବୃଦ୍ଧ, ପିଲା ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଲାଗୁ ହେବନି ନିୟମ
– ଗ୍ରହଣ ସମୟରେ ପଦାକୁ ବାହାରିବା ଅନୁଚିତ୍ ବୋଲି ରହିଛି ବିଶ୍ୱାସ