ଆସନ୍ତାକାଲି ଲୋକସଭାରେ ଆସିବ ଦିଲ୍ଲୀ ଅଧ୍ୟାଦେଶ ବିଲ୍ । ବିଲକୁ ବିରୋଧ କରିବାକୁ ବିରୋଧୀ ଦଳ ନେତାଙ୍କୁ କେଜ୍ରିୱାଲଙ୍କ ଅନୁରୋଧ ।
କନକ ବ୍ୟୁରୋ: ସଂସଦ ମୌସୁମୀ ଅଧିବେଶନର ଆଜି ଅଷ୍ଟମ ଦିନ । ଆଉ ସଂସଦରେ ବିରୋଧୀଙ୍କ ହୋ ହଲ୍ଲା ଜାରି ରହିଛି । ଆଜି ପ୍ରଥମେ ଦ୍ୱିପହର ୨ଟା ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ କରିବା ପରେ, ପୁଣିଥରେ ଗୃହର କାର୍ଯ୍ୟ ଆରମ୍ଭ ହେଇଥିଲା । ହେଲେ ଏଥର ମଧ୍ୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଅନ୍ୟପଟେ ମଙ୍ଗଳବାର ଲୋକସଭାରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆଣିପାରନ୍ତି ବୋଲି ଜଣାପଡିଛି । ଯାହାକୁ କି ବିରୋଧୀ ଦଳର ସାଂସଦମାନେ ବିରୋଧ କରୁଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟି ଏହି ବିଲକୁ ବିରୋଧ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ସେ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ତେବେ ଆସନ୍ତାକାଲି ଯଦି ଲୋକସଭାରେ ଏହି ବିଲ୍ ଆଗତ ହୁଏ, ତେବେ ଏହି ବିଲ୍ ବିନା ଦ୍ୱନ୍ଦ୍ୱରେ ପାସ ହେଇଯିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ ଲଗାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଅନୁସାରେ, ଏଣିକି ଦିଲ୍ଲୀର ଗ୍ରୁପ ଏ ଅଧିକାରୀଙ୍କ ବଦଳି ଏବଂ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନର ଅଧିକାର ଉପରାଜ୍ୟପାଳଙ୍କ ହାତରେ ରହିବ । ଯାହାକୁ କି ଦିଲ୍ଲୀ ସରକାର ବିରୋଧ କରୁଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି-ଆପ୍ ମଧ୍ୟ ମୁହାଁମୁହିଁ ହେଇଛନ୍ତି ।