ସେନା ଗାଡିରେ ନିଆଁ, ୪ ଯବାନ ସହିଦ । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଅଘଟଣ

227

କନକ ବ୍ୟୁରୋ: ପୁଣି ସହିଦ ହେଲେ ଯବାନ । ଜାମ୍ମୁକାଶ୍ମୀରରେ ପୁଣି ସହିଦ ହୋଇଛନ୍ତି ଦେଶର ଯବାନ । ତେବେ ଏଥର ଶତ୍ରୁ ଦେଶର ଆକ୍ରମଣରେ ନୁହେଁ ବରଂ ସେନା ଗାଡିରେ ନିଆଁ ଲାଗିବାରୁ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ସେନା ଗାଡିରେ ଅଚାନକ ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ୪ ଜଣ ଯବାନ ସହିଦ ହୋଇଛନ୍ତି । ତେବେ ନିଆଁ କେମିତି ଲାଗିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।