ଇତିହାସ ରଚିଲେ ବୁଲନ୍ଦସହର ଝିଅ । ସିବିଏସଇ ଦ୍ୱାଦଶରେ ପରଫେକ୍ଟ ୫୦୦ ଆଣି କଲେ ରେକର୍ଡ

440

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ସର୍ବ ଭାରତୀୟ ସ୍ତରରେ ପାସ ହାର ୯୨.୭୧ ପ୍ରତିଶତ ଥିବାବେଳେ ଝିଅମାନେ ବାଜି ମାରିଛନ୍ତି । ତେବେ ଉତ୍ତରପ୍ରଦେଶ ବୁଲନ୍ଦସହର ବାସିନ୍ଦା ତାନ୍ୟା ସିଂହ ଏହି ପରୀକ୍ଷାରେ ଫୁଲମାର୍କ ଆଣି ରାଜ୍ୟ ସହ ସାରା ଦେଶରେ ଟପ୍ପର ହୋଇଛନ୍ତି । ତାନ୍ୟା ୫୦୦ରୁ ୫୦୦ ମାର୍କ ଆଣି ରେକର୍ଡ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଝୁଟୁଛି ।

ତାନ୍ୟା ବୁଲନ୍ଦନଗର ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରୀ । ପରୀକ୍ଷାର ଫଳାଫଳ ପ୍ରକାଶ ହେବା ମାତ୍ରେ ଛାତ୍ରମାନେ ଆନନ୍ଦିତ ହୋଇଥିଲେ। ଏଥିସହିତ ଆଶିକା ଯାଦବ ରାଜଧାନୀ ଲକ୍ଷ୍ନୌରେ ଟପ୍ପର ହୋଇଛନ୍ତି ଏବଂ ୯୯ ପ୍ରତିଶତ ମାର୍କ ପାଇଛନ୍ତି।