ବିଜେପୁରକୁ ସରକାରଙ୍କ ବିଜୟ ଭେଟି ! ଗଙ୍ଗାଧର ମେହେର ପ୍ରକଳ୍ପ ପାଇଁ ୧୨୪୭ କୋଟି ବ୍ୟୟବରାଦ, ପାର୍ବତୀଗିରି ପ୍ରକଳ୍ପ ପାଇଁ ୧୮ଶହ ୨ କୋଟି

54

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ ଉପରେ ସମସ୍ତଙ୍କର ନଜରଥିବା ବେଳେ ମୋଟ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର । ଆଉ ପୂର୍ବପରି ଅଲଗା ଭାବେ କୃଷି ବଜେଟ ଉପସ୍ଥାପନ ହୋଥିବାବେଳେ ମୋଟ ୧୬ହଜାର ୭ଶହ ୬୫ କୋଟି ଘୋଷଣା କରିଛନ୍ତି । ଯାହା ଭିତରେ ବିଜେପୁର ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ବି ପାଳନ କରିଛନ୍ତି । କାରଣ ପୂର୍ବରୁ ଘୋଷଣା ହୋଇଥିବା ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ସେପଟେ ଚାଷୀ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ଦାବିକରିଥିବା ରାଜ୍ୟ ସରକାର ଚାଷୀଙ୍କୁ ସର୍ବନିମ୍ନ ପେନସନ ବାବଦରେ ଚୁପ ରହିଛନ୍ତି ।

ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ଅନ୍ତରୀଣ ବଜେରେ ଏନେଇ ବ୍ୟୟ ବରାଦ କରିନଥିବାରୁ କେବଳ ନିର୍ବାଚନୀ ଘୋଷଣା କହି ଜୋରଦାର ସମାଲୋଚନା କରିଥିଲେ ବିରୋଧୀ । ଆଉ ବିଜେପୁର ବିଜୟ ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ନବୀନ ସରକାର ।

୨୦୧୭-୧୮ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏହି ପ୍ରକଳ୍ପ ପାଇଁ ୧୨ଶହ ୪୭ କୋଟି ଟଙ୍କା ବ୍ୟୟବରାଦ କରି ବିରୋଧୀଙ୍କ ମୁହଁ ଚୁପ କରିଦେଇଛନ୍ତି ବିଜେଡି ସରକାର ।

– ପଶ୍ଚିମ ଓଡିଶାରେ ଚାଲୁ ରହିଥିବା ପାର୍ବତୀଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ୧୮ଶହ ୨ କୋଟି

– ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି

– ଏବଂ ୮ଟି ତ୍ୱରିତ ଜଳ ସେଚନ ସୁବିଧା ଯୋଜନାରେ ମୋଟ୍ ୨୬ଶହ ୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତବର୍ଷ କୃଷି ବଜେଟର ମୋଟ ପରିମାଣ ୧୬ ହଜାର ୭ଶହ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆଉ ଏହା ଭିତରେ ଜଳ ସେଚନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୬ଲ କ୍ଷ ୫୦ ହଜାର ହେକ୍ଟର ଜମିରେ ଜଳ ସେଚନ ସୁବିଧା କରାଯାଇଛି ଏବଂ ଆହୁରି ୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣାଧୀନ ଥିବା ବିଧାନସଭାରେ କହିଛନ୍ତି ।

ଏମଏସପି ବା ଚାଷୀ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଏକ ବିଶ୍ୱାସନୀୟ ପ୍ରକ୍ରିୟା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ହେଲେ ଚାଷୀର ସୁରକ୍ଷା ପାଇଁ ସର୍ବନିମ୍ନ ପେନସନ ଯୋଗାଇଦେବାକୁ ଦୀର୍ଘଦିନ ହେଲା ରାଜରାସ୍ତା ଚାଷୀ ଦାବି କରିଆସୁଥିଲେ ମଧ୍ୟ ଏ ବାବଦରେ ବଜେଟରେ କୌଣସି ଘୋଷଣା କରାଯାଇନାହିଁ ।

– ରାଜ୍ୟର ୨୫ ଲକ୍ଷ ଚାଷୀଙ୍କ ଫସଲ ବୀମାଭୁକ୍ତ ହେବ

– ଏଥିପାଇଁ ୪ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଛି

– ଯାହା ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକା

ସବୁଠାରୁ ବଡକଥା ହେଉଛି ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ ପରେ କିଭଳି ସଠିକସମୟରେ ଦେୟ ପ୍ରଦାନ କରାଯିବ ସେଥିପାଇଁ ପ୍ରତିବର୍ଷ ବଜେଟ ବାହାରେ ପ୍ରାୟ ୮ ହଜାର କୋଟିଟଙ୍କାର ବ୍ୟବସ୍ଥା କରାଯାଇଛି ।

– ଚାଷୀ ପରିବାରର ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ‘ବିଜୁ କୃଷକ କଲ୍ୟାଣ ଯୋଜନା’ ଚାଲୁ ରହିଛି
– ପ୍ରାୟ ୫୭ ଲକ୍ଷ ପରିବାର ଅର୍ଥାତ ପ୍ରାୟ ଅଢେଇ କୋଟି ଲୋକ ଏହି ଯୋଜନାର ଲାଭ ପାଇବେ
– ଏଥିପାଇଁ ଚଳିତ ଆର୍ଥକ ବର୍ଷରେ ସରକାର ୯୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି