ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପେନି ମୋର୍ଡାଣ୍ଟ।

167

କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଅନ୍ୟତମ ପ୍ରାର୍ଥୀ ପେନି ମୋର୍ଡାଣ୍ଟ ନିଜର ପ୍ରାର୍ଥିତ୍ୱ ପ୍ରତ୍ୟାହାର କରିବା ପରେ ସୁନକ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସବୁବାଟ ଫିଟିଯାଇଛି । ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ ଷ୍ଟ୍ରସ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଥିଲା ।

ବିଭିନ୍ନ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁସାରେ ସୁନକଙ୍କ ସହ ୧୫୫ ସାଂସଦଙ୍କ ସମର୍ଥନ ରହିଛି । ସେହିଭଳି ପେନି ମୋର୍ଡାଣ୍ଟଙ୍କ ସହ ୨୫ ସାଂସଦଙ୍କ ସମର୍ଥନ ରହିଛି । ଟୋରୀରେ ୩୫୭ ସାଂସଦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮୦ ସାଂସଦ ସେମାନଙ୍କ ମତାମତକୁ ସାର୍ବଜନୀନ କରିଥିଲେ । ୫୦ରୁ ଅଧିକ ସାଂସଦ ରହିଛନ୍ତି ଯେଉଁମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମର୍ଥନରେ ବାହାରିଥିଲେ । ସୋମବାର ବ୍ରିଟେନର ସ୍ଥାନୀୟ ସମୟ ୨ଟା ସୁଦ୍ଧା ନାମାଙ୍କନର ଶେଷ ସମୟ ରହିଥିଲା ।