ସମ୍ବଲପୁର : ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ବିଜେଡି ନେତା ଓ କର୍ମୀଙ୍କ ମାଡର ସମ୍ବଲପୁରରେ ପ୍ରତିବାଦ । ଆଜି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେପି କର୍ମୀ । ମନମୁଣ୍ଡାରେ ବିଧାୟକ ପ୍ରଶାନ୍ତ ଜଗଦେବ ଓ ସମର୍ଥକ ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାର ତଦନ୍ତ ଦାବି କରିଛି ସମ୍ବଲପୁର ଜିଲ୍ଲା ବିଜେପି ।
Kanak News is now on WhatsApp
Join and get latest news updates delivered to you via WhatsApp