୮୧ ବର୍ଷ ପରେ ଲାଇବ୍ରେରୀରେ ଫେରାଇଲେ ବହି । ୧୭ ପୃଷ୍ଠାରେ ଲେଖାଥିଲା କିଛି ଏଭଳି କଥା…

429

କନକ ବ୍ୟୁରୋ: କେହି ଲାଇବ୍ରେରୀ ଯାଆନ୍ତି ସେଠାରେ ପଢାପଢି କରିବା ପାଇଁ ନଚେତ୍ ବହି ଆଣି ଘରେ ପଢିବା ପାଇଁ । ହେଲେ ସିଗ୍ନେଚର କରି ବହି ନେବା ବେଳକୁ ଫେରାଇବାର ଧାର୍ଯ୍ୟ ଦିନ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଠିକ ସମୟରେ ନଫେରାଇଲେ ଏହା ଉପରେ ଫାଇନ ଦେବାକୁ ପଡେ । ଏଭଳି ଏକ ଖବର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

କଥା ହେଉଛି ଆମେରିକା ୱାଶିଂଟନ ଏବରଡିନର ଲାଇବ୍ରେରୀରୁ ଜନୈକ ବ୍ୟକ୍ତି ପଢିବାକୁ ବହି ନେଇଥିଲେ । ହେଲେ ଯେତେବେଳେ ବହିଟିକୁ ଫେରାଇବାକୁ ଆଣିଲେ ତାକୁ ଦେଖି ଲାଇବ୍ରେରୀଆନ୍ କାବା ହୋଇ ଚାହିଁଥିଲେ । କାରଣ ବହିଟି ଏବେକାର ନୁହେଁ କି ବର୍ଷେ ଦି ବର୍ଷ ପୂର୍ବର ନୁହେଁ ୮୧ ବର୍ଷ ପୂର୍ବରୁ ଇସ୍ୟୁ ହୋଇଥିଲା । ବ୍ୟକ୍ତି ଜଣକୁ ବହିଟିକୁ ୧୯୪୨ ମାର୍ଚ୍ଚ ୩୦ ତାରିଖରେ ଲାଇବ୍ରେରୀରୁ ଇସ୍ୟୁ କରିନେଇଥିଲେ । ହେଲେ ଏବେ ଆଣି ଫେରାଉଛନ୍ତି ।

ବହିର ପୃଷ୍ଠା ଖୋଲିଲାବେଳକୁ ୧୭ ନମ୍ବର ପୃଷ୍ଠାରେ ଯାହା ଲେଖାଥିଲା ସେଥିରେ ଲାଇବ୍ରେରୀ ଷ୍ଟାଫ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବହିଟି ୮୧ ବର୍ଷ ପୂର୍ବରୁ ଇସ୍ୟୁ ହୋଇଥିଲା । ଏହା ମଧ୍ୟ ଲେଖାଥିଲା ଯେ, ‘ଯଦି ମୋତେ କେହି ଏହି ବହି ପଢିବାକୁ ପଇସା ଦିଏ ତଥାପି ମୁଁ ଏହି ବହି ପଢିବି ନାହିଁ’ । ଏଥିରୁ ସ୍ପଷ୍ଟ ଯେ, ବହିଟିକୁ ପଢିବାକୁ ବ୍ୟକ୍ତିଜଣଙ୍କର ଆଦୌ ଇଚ୍ଛା ନଥିଲା ।
ବହିଟିକୁ ଏତେ ବର୍ଷ ପରେ ଫେରାଇବାରୁ ତା’ ଉପରେ ମୋଟା ଅଙ୍କର ଫାଇନ୍ କଷା ହେଲା । ୮୧ ବର୍ଷ ପାଇଁ ଫାଇନ୍ ଦର ୪୮୪ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୪୦ ହଜାର ଟଙ୍କା ହେଉଥିଲା । କିନ୍ତୁ କରୋନା ଯୋଗୁଁ ଏହାକୁ ମାଫ୍ କଲେ ଲାଇବ୍ରେରୀ ମୁଖ୍ୟ ।