ବିବାହ ସହ ଲିଭ୍ ଇନ୍ ରିଲେସନର ସଂପର୍କ ନାହିଁ : ଆଦିତ୍ୟ ରୟ କପୁର୍

48

ଲିଭ୍ ଇନ ରିଲେସନକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର । କହିଛନ୍ତି ବିବାହ ସହ ଲିଭ ଇନର କୌଣସ ସଂପର୍କ ନାହିଁ । ଏପରିକି ବିବାହ ପୂର୍ବରୁ ଲିଭ୍ ଇନରେ ରହିବା ଦ୍ୱାରା ପରସ୍ପରକୁ ଭଲଭାବରେ ବୁଝିହୁଏ ବୋଲି କହିଛନ୍ତି ଆଦିତ୍ୟ । ତାଙ୍କ ମତରେ ଲିଭ ଇନରେ ରହିବା ଏବେ ନିହାତି ଏକ ସାଧାରଣ କଥା ।

ଆଗାମୀ ସିନେମା “ଓକେ ଜାନୁ’ରେ ଆଦିତ୍ୟ ଓ ଶ୍ରଦ୍ଧା କପୁର ମୁମ୍ବାଇରେ ଲିଭ ଇନରେ ରହୁଥିବା ଏକ ଯୋଡା ଭୂମିକାରେ ନଜର ଆସିଛନ୍ତି । ତେଣୁ ସିନେମା ରିଲିଜ ଆଗରୁ ଆଦିତ୍ୟ ଲିଭ୍ ଇନ୍ ରିଲେସନକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ସିନେମାରେ ନାସିରୁଦ୍ଦିନ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ସିନେମାଟି ଜାନୁଆରୀ ୧୩ ତାରିଖରେ ରିଲିଜ୍ ହେବ ।