ସାଧାରଣ ବର୍ଷାରେ ରାଜଧାନୀରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଦିଲ୍ଲୀ ଉଦାହରଣ ଦେଇ ଅଜବ ଯୁକ୍ତି ବାଢିଲେ ବିଏମସି ମେୟର

515

କନକ ବ୍ୟୁରୋ : ସାମାନ୍ୟ ବର୍ଷାରେ ବେହାଲ ହୋଇଛି ରାଜଧାନୀ । ସକାଳୁ ରାଜଧାନୀରେ ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଠିକ ଭାବେ ନ ଯିବା ସହ ଜବରଦଖଲ ଯୋଗୁଁ ବର୍ଷା ହେଲେ ପାଣି ଜମି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଏମସି ଇଂଜିନିୟର ଆସି ସ୍ଥିତି ବି ପରଖିଥିଲେ । ଆଉ ଡ୍ରେନ ଚୋକ ହୋଇଯିବାକୁ ପାଣି ନିଷ୍କାସିତ ହୋଇପାରିନଥିଲା ।

ସେହିଭଳି ନୟାପଲ୍ଲୀ ରାଜପଥ କଡରେ ଥିବା ଇସ୍କନ ସାମ୍ନା ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଥିଲା । ସେହି ରାସ୍ତା ଦେଇ ଗାଡ଼ିି ଚଲାଇ ଯିବା-ଆସିବା ଅସମ୍ଭବ ହୋଇପଡ଼ିଥିଲା । ପଳାଶୁଣୀ ଓ ବମିଖାଲ ଅଂଚଳରେ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି । ୟୁନିଟ-୮ରେ ମଧ୍ୟ ଜଳବନ୍ଦୀ ପରି୍ସ୍ଥିତି ସୃଷ୍ଟି ହୋଇଥିଲା । ଜଳବନ୍ଦୀ ପରିସ୍ଥିତି ବେଳେ ମେୟର କିନ୍ତୁ କହିଛନ୍ତି, ଦିଲ୍ଲୀରେ ବି ପାଣି ପଶିଲାଣି । ସ୍ଥିତି ଉପରେ ନଜର ରଖାଯାଇଛି ।

ସେପଟେ ଲଗାଣ ବର୍ଷାରେ କଟକର ଅଧିକାଂଶ ଅଂଚଳରେ ପାଣି ପଶିଯାଇଛି । ପଟାପୋଲ, ସୁତାହାଟ, ଗଙ୍ଗାମନ୍ଦିର ପେଟିନ ସାହି ଓ ମେରିଆ ଅଂଚଳର ତଳିଆ ଅଂଚଳରେ ପାଣି ପଶିବା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛି । ୨୦୦ ଶହ ୱାଟର ପମ୍ପ ବିଭିନ୍ନ ତଳିଆ ଅଚଂଳରେ ପାଣି ନିଷ୍କାସନ ପାଇଁ ଲଗାଯାଇଛି । ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ବ୍ୟବସ୍ଥା ମୁଖ୍ୟ ସମସ୍ୟା ପାଲଟିଛି ।