ଦକ୍ଷିଣ ଭାରତୀୟ ଅଞ୍ଚଳରେ ହୁଏ ରକ୍ତ ବର୍ଷା : ଜାଣନ୍ତୁ ଏପରି ଅଦ୍ଭୁତ ଘଟଣା ପଛର ରହସ୍ୟ

71

ପ୍ରକୃତି ବିଭିନ୍ନ ସମୟରେ ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ । ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଲି ବିଷୟ ହେଲା ରକ୍ତ ବର୍ଷା ବା ଲାଲ ବର୍ଷା । ବିଗତ ଦୁଇ ଦଶକ ଧରି ଆମ ଦେଶର ଦକ୍ଷିଣ ଅଞ୍ଚଳୀୟ ଇଲକାରେ ଏପରି ଦେଖିବାକୁ ମିଳୁଛି । ଏମିତିରେ ଲୋକ ଆଶ୍ଚର୍ଯ୍ୟ ହେବା ସହ ରକ୍ତ ବର୍ଷା ଯୋଗୁଁ ଡରିବା ମଧ୍ୟ ସ୍ୱଭାବିକ କଥା । ପ୍ରଥମେ ପ୍ରଥମେ ରକ୍ତ ବର୍ଷାକୁ ଦେଖି ଲୋକମାନେ ଏହା କୌଣସି ଦୈବୀ ସଙ୍କଟ ବୋଲି ଆଶଙ୍କା ପ୍ରକାଶ କରୁଥିଲେ ।

କିନ୍ତୁ ବୈଜ୍ଞାନିକଙ୍କ ପରୀକ୍ଷା ନିରୀକ୍ଷା ପରେ ପ୍ରକୃତ କଥା ଜଣାପଡିଛି । ରକ୍ତ ବର୍ଷାରେ ପାଣି ରକ୍ତ ପରି ଲାଲ ହୋଇଯାଏ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏଠାରେ ଡରିଲା ପରି କୌଣସି କଥା ନାହିଁ । ରକ୍ତ ବର୍ଷା ହେବା ଏକ ପ୍ରାକୃକିତ ଘଟଣା । ରକ୍ତ ବର୍ଷା ପଛରେ ଅଛି ଏକ ପ୍ରକାର କବକ । “ଅଲଗା’ ନାମକ ଏହି କବକ ଗଛର ଓଦାଳିଆ ଶାଖାରେ ଉଠିଥାଏ । ଖାଲି ଆଖିକୁ ଦେଖା ଯାଉନଥିବା ଏହି କବକରେ ଥିବା ବୀଜାଣୁ ପବନରେ ଉଡି ବୁଲନ୍ତି ଏବଂ ବର୍ଷା ସମୟରେ ସେମାନେ ଲାଲ ରଙ୍ଗ ନିର୍ଗତ କରିଥାଆନ୍ତି ।

ଏପରି କରିବା ଦ୍ୱାରା ପୁରା ମାହୋଲ ଲାଲ ହୋଇଯାଏ । ଏହି କବକ ସମ୍ବନ୍ଧରେ ୨୦୧୩ ରେ “ଫିଜିଓ ଜେନେଟିକ୍ସ ଆଣ୍ଡ ଇଭଲ୍ୟୁସନାରୀ ବାୟୋଲୋଜି’ ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଏହି କବକ ୟୁରୋପ ଓ ଅଷ୍ଟ୍ରିୟାରେ ବହୁତ ସଂଖ୍ୟାରେ ଦେଖିବାକୁ ମିଳିଥାଏ । ଏହାସହ ଏହି କବକ କେରଳ ଓ ଶ୍ରୀଲଙ୍କାରେ ମଧ୍ୟ ଅନେକ ମାତ୍ରାରେ ଦେଖିବାକୁ ମିଳେ ।