ଦିବ୍ୟାଙ୍ଗ ହେଲେ ବି ମାନି ନାହାନ୍ତି ହାର୍: ଗୀତ ଗାଇ ଲୋକଙ୍କ କରୁଛନ୍ତି ମନୋରଞ୍ଜନ, ପୋଷୁଛନ୍ତି ପେଟ

79

କନକ ବ୍ୟୁରୋ: ଆଖିକୁ ଦେଖାଯାଉନି, ହେଲେ ଏମାନେ ହାରମାନି ନାହାନ୍ତି । ମନରେ ଦୃଢ଼ ଇଛାଶକ୍ତି ରଖି କିଛି କରି ଦେଖାଇବାକୁ ଆଗେଇ ଆସିଛନ୍ତି । ନିଜ କଳା କୌଶଳରେ ଲୋକଙ୍କ ମନ ଜିଣି ପେଟ ପୋଷୁଛନ୍ତି । ଦେଖାଯାଉନଥିଲେ ବି କେସିଓ, ତବଲା, ତାସାରେ ଯେପରି କଳାକାରୀ ଦେଖାଉଛନ୍ତି ସକ୍ଷମ କଳାକାର ଟିଏ ବି ହାର ମାନି ଯିବ । ବାଜାର ତାଳେ ତାଳେ ଭଜନ ଗାଇ ଲୋକଙ୍କ ମନରଞ୍ଜନ କରୁଥିବା ଏହି ଦିବ୍ୟାଙ୍ଗ କଳାକାରମାନେ ହେଉଛନ୍ତି ସୁନ୍ଦରଗଡ ଉକ୍ରଳ ଜ୍ୟୋତି ଦିବ୍ୟାଙ୍ଗ ଭଜନ ସଂଧ୍ୟାର କଳାକାର । କିଏ ଟ୍ରେନରେ ଭିକ ମାଗୁଥିଲା ତ ଆଉ କିଏ ଦୋକାନ ଦୋକାନ ବୁଲି ଭିକ୍ଷାବୃତି କରୁଥିଲା । କିନ୍ତୁ ଏମାନଙ୍କ ଜୀବନ କୁ ବଦଳାଇ ଦେଇ ସମ୍ମାନ ର ସହ ଜିଇଁବା ଶିଖାଇଲେ ଏହି ଅନୁଷ୍ଠାନ ର ମୁଖ୍ୟ ଅକ୍ଷୟ ତିଓାରୀ ।

ଏବେ ଏହି କଳାକାରମାନେ ସହର ସହର ଗାଁ ଗାଁ ବୁଲି ନିଜର କଳାର ପ୍ରଦର୍ଶନ କରି ଯାହା ପାଆନ୍ତି ସେଥିରେ ନିଜର ଗୁଜୁରାଣ ମେଂଟାନ୍ତି । ସୁନ୍ଦରଗଡ ସାର୍ଥକ ଅନ୍ଧମୁକ ବଧିର ବିଦ୍ୟାଳୟ ରୁ ଏମାନେ ସମସ୍ତେ ଶିକ୍ଷାଲାଭ କରି କିଛି କାମଧନ୍ଦା ନପାଇ ଭିକ୍ଷାବୃତି କରି ପେଟ ପୋଶୁଥିଲେ କିନ୍ତୁ ଶେଷ ରେ ତାଙ୍କୁ ରୋଜଗାର ର ବାଟ ଦେଖାଇଛି ତାଙ୍କର କଳାସାଧନା । ପଢିଲା ବେଳେ ଯାହା ଶିଖିଥିଲେ ଆଜି ସେତିକି ରେ ବାଜାବଜାଇ ଗୀତଗାଇ ଲୋକଙ୍କ ମନୋରଞ୍ଜନ କରିବା ସହ ନିଜର ପ୍ରତିପୋଷଣ କରୁଛନ୍ତି । ଘର ଖଣ୍ଡିଏ ଏବଂ ବାଦ୍ୟ ଯନ୍ତ୍ର ଆଦି ଯଦି ସହଯୋଗ ମିଳିଯାଆନ୍ତା ତାହା ହେଲେ ସେମାନେ ଆନନ୍ଦ ରେ ଜୀବନ ବିତାନ୍ତେ ବୋଲି କହିଛନ୍ତି ।