କିଏ ଦେଇଛି କେତେ ନିଯୁକ୍ତି ? ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

88

କନକ ବ୍ୟୁରୋ : ଆମ ଦେଶରେ ଓଡ଼ିଶାକୁ ଏକ ଗରିବ ତଥା ରାଜ୍ୟ ବୋଲି କୁହାଯାଏ । ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆମ ରାଜ୍ୟ ଟିକିଏ ପଛୁଆ । ମୁଖ୍ୟତଃ ଓଡ଼ିଶାରେ ବେକାରୀ ସମସ୍ୟା ଅଧିକ । ପ୍ରତିବର୍ଷ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହେଉଥିଲେ ହେଁ ରାଜ୍ୟରେ ଆଖିଦୃଶିଆ ନିଯୁକ୍ତି ସୁଯୋଗ ନାହିଁ । ବାଧ୍ୟହୋଇ ଯୁବଗୋଷ୍ଠୀ ଚାକିର ଅନୁସନ୍ଧାନରେ ରାଜ୍ୟ ଛାଡ଼ୁଛନ୍ତି । ତେବେ ନିଯୁକ୍ତି ପ୍ରସଙ୍ଗରେ ଆଜି ବିଜେପି-ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି ।

ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ସାମ୍ନାରେ ବିଜେପି କରିଛି ତାଲାପକା ଅଭିଯାନ । କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ସମସ୍ତ ଦାୟିତ୍ୱ ନେଉଛନ୍ତି ଓ କାମ ମଧ୍ୟ ଆରମ୍ଭ କରିଛି ବୋଲି କହିଛି ଦଳ । ଅନ୍ୟପଟେ ନିଯୁକ୍ତି ନାମରେ ଯୁବକ ଯୁବତୀଙ୍କୁ ରାଜ୍ୟ ସରକାର ପ୍ରତାରିତ କରୁଛି । ଓଡ଼ିଶାର ବିକାଶ ଓ ରୋଜଗାର ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ସକାରାତ୍ମକ ଏଜେଣ୍ଡା ନାହିଁ । ଦୀର୍ଘ ବର୍ଷ ଧରି ଶାସନରେ ଥିଲେ ମଧ୍ୟ ରାଜ୍ୟ ସରକାର ଯୁବକ ଯୁବତୀଙ୍କୁୁ କୌଣସି ସ୍ଥାୟୀ ନିଯୁକ୍ତ ଦେଇନାହାନ୍ତି । ଏବଂ ଶାସନ ଆଳରେ କେବଳ ରାଜନୈତିକ ଫାଇଦା ଦେଖୁଛନ୍ତି ।

ଓଡିଶାର ଶିଳ୍ପାୟନରେ ଓଡିଆ ଯୁବଶକ୍ତିକୁ ଭାଗିଦାରୀ କରିବା ଅତ୍ୟନ୍ତ ଜରୁରୀ । ମାତ୍ର ଓଡିଶାରେ ଶିଳ୍ପ କ୍ଷେତ୍ରରେ ଓଡିଆ ଯୁବ ଶକ୍ତିଙ୍କୁ ଅଣଦେଖା କରାଯାଉଛି । ଚାଲୁଥିବା ୪୬ଟି ବୃହତ ଶିଳ୍ପ ପ୍ରକଳ୍ପରେ ବାହାର ରାଜ୍ୟର ୫୧,୯୦୨ ଜଣ ନିଯୁକ୍ତି ପାଇଛନ୍ତି ହେଲେ ଆମ ରାଜ୍ୟକୁ ଏଥିରେ ପ୍ରାଧାନ୍ୟ ମିଳୁନି । ଓଡିଶାରେ ନିଯୁକ୍ତିର ଘୋର ଅଭାବ ଥିବା ବେଳେ ଓ ହଜାର ହଜାର ସଂଖ୍ୟାରେ ବୈଷୟିକ ଯୋଗ୍ୟତା ସମ୍ପନ୍ନ ଯୁବଶକ୍ତି ବେକାର ହୋଇ ବସିରହିଛନ୍ତି । ଶିଳ୍ପ କ୍ଷେତ୍ରରେ ବାହାର ରାଜ୍ୟର ଯୁବକଙ୍କୁ ନିଯୁକ୍ତି ଦେବା ଓଡିଆ ଯୁବଶକ୍ତିକୁ ଅଣଦେଖା କରୁଥିବା ସ୍ପଷ୍ଟ ହେଉଛି ।

ଅନ୍ୟପଟେ ବିଜେପିକୁ ଏହି ପ୍ରସଙ୍ଗରେ ହିଁ ଘେରିଛି ବିଜୁ ଜନତା ଦଳ । ବିଜେପିକୁ କାଉଣ୍ଟର କରି ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ । ବେକାର ଯୁବକ ଯୁବତୀଙ୍କୁ କେନ୍ଦ୍ର ଅବହେଳା କରୁଥିବା ପ୍ରତିବାଦରେ ବିଜେଡି ଆଜି ରାଜ୍ୟର ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜିଠାରୁ ପ୍ରାୟ ତିନିଦିନ ଧରି ଦଳର କର୍ମକର୍ତା ରଷ୍ଟ୍ରାୟତ ଉଦ୍ୟୋଗର କାରଖାନା ଓ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ।

bjd

ଓଡ଼ିଶାରେ ଖଚ୍ଚିଜ ସମ୍ପଦକୁ ବିନିଯୋଗ କରି ଓଡ଼଼ିଶାକୁ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତୀ ଲଗାତାର ପ୍ରୟାସ କରୁଛନ୍ତି ବୋଲି କହିଛି ଦଳ । ୨୦୧୪ରେ ବିଜେପି ଶାସନ ଭାର ସମ୍ଭାଳିବା ପରେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ପ୍ରତି ବର୍ଷ ୨ କୋଟି ନିଯୁକ୍ତି ହିସାବରେ ସାଢ଼େ ୪ ବର୍ଷରେ ୯ କୋଟି ଯୁବଶକ୍ତିଙ୍କୁ ନିଯୁକ୍ତ ମିିଳିବା କଥା । ସେହ ଅନୁପାରେ ଓଡ଼ିଶାରୁ ୩୬ ଲକ୍ଷ ଯୁବକଯୁବତୀ ନିଯୁକ୍ତ ପାଇବା କଥା । ହେଲେ ଶାସନର ଏତେ ବର୍ଷ ବିତିଯାଇଥିଲେ ହେଁ ଏଯାଏଁ ସେପରି କିଛି ହେଲାନାହିଁ । ୨୦୧୪ରେ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାର ପାଳନ କରାଯାଉ ବୋଲି ବୋଲି ଦଳ କହିଛି ।