କନକ ବ୍ୟୁରୋ : ରମଣ ସିଂହଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ନବୀନଙ୍କୁ ଟକ୍କର ଦେବାକୁ ବିଜେପି ପାଇଁ ଭୋଟ ମାଗିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଆସନ୍ତା ୯ ତାରିଖରେ ସୁନ୍ଦରଗଡ଼ର ସବଡେଗାରେ ପଂଚାୟତ ନିର୍ବାଚନ ପ୍ରଚାର କରିବେ ରମଣ ସିଂହ । ଏହାକୁ ନେଇ ସରଗରମ ରାଜନୀତି । ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି, ରମଣ ଓଡ଼ିଶାର ଶତ୍ରୁ । ଯିଏ ତାଙ୍କୁ ଡକାଇଛି, ସେ ରାଜ୍ୟ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମଦାନଦୀ ଜଳ ବିବାଦକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢେଇ ଜାରି ରଖିଥିବା ବେଳେ ରମଣ ସିଂହଙ୍କୁ ଓଡ଼ିଶାବାସୀ କଡ଼ା ଜବାବ ଦେବେ ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ । ପ୍ରଭାତଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା ସଭାପତି କହିଛନ୍ତି, ସରକାରଙ୍କ ମୁଖା ଖୋଲିଯିବା ଭୟରେ ବିଜେଡି ଲୋକଙ୍କୁ ଭୂଆଁ ବୁଲାଉଛି ।
ଏହା ସହିତ ଦେଖନ୍ତୁ ଏହି ଭିଡିଓ :