ମହାନଦୀ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ! ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜେଡି,ରାଜ୍ୟବ୍ୟାପୀ ବିକ୍ଷୋଭ ସହ ପ୍ରତିବାଦ ସଭା

23

କନକ ବ୍ୟୁରୋ : ବିକ୍ଷୋଭ ଓ ପ୍ରତିବାଦ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ମହାନଦୀ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଦଳର ଯୁବ ଓ ଛାତ୍ର ବାହିନୀ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ସଭା କରିବେ । ଓଡିଶାର ହକþ ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ଗର୍ଜିବେ ବିଜେଡି କର୍ମକର୍ତ୍ତା । ଆଜି ସକାଳ ୧୦ଟାରୁ ସମସ୍ତ ଜିଲ୍ଲାର ସଦର ମହକୁମା ସହ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ବିକ୍ଷୋଭ ପ୍ରତିବାଦ କରାଯିବ ।

ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସ ନିକଟରୁ ଯୁବ ଓ ଛାତ୍ର କଂଗ୍ରେସର ନେତା ଶୋଭାଯାତ୍ରାରେ ବାହାରିବେ । ଶୋଭାଯାତ୍ରା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପହଂଚିବା ପରେ ସେଠାରେ ବିକ୍ଷୋଭ ଓ ପ୍ରତିବାଦ କରାଯିବ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ଓ ମହାନଦୀ ପ୍ରସଙ୍ଗରେ ଛତିଶଗଡର ମନ୍ତ୍ରୀ ଅମର ଅଗ୍ରୱାଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଛି । ଗତକାଲି କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣାରେ ବିଜେପି ମୌନବ୍ରତ ପାଳନ କରିଥିଲା ।