୧୮୦ ରନରେ ଭାରତକୁ ହରାଇ ଚାମ୍ପିଅନସ୍ ଟ୍ରଫି ହାତେଇଲା ପାକିସ୍ତାନ !

28

କନକ ବ୍ୟୁରୋ : ପୂର୍ବ ଚାମ୍ପିଅନକୁ ମାତ୍ ଦେଇ ଚାମ୍ପିଅନþ ହୋଇଛି ପାକିସ୍ତାନ । ରବିବାର ଓଭାଲଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧୮୦ ରନରେ ପରାସ୍ତ କରିଛି ପାକିସ୍ତାନ । କେବଳ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର କୌଣସି ଖେଳାଳି ଆଖି ଦୃଶିଆ ଖେଳ ପ୍ରଦର୍ଶନ କରିପାରି ନଥିଲେ । ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟ, ବଲ୍ ଓ ଫିଲ୍ଡିଂରେ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଛି ।

ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଏହା ଦଳ ପାଇଁ କୌଣସି ସଫଳତା ଆଣି ନଥିଲା । ପାକିସ୍ତାନ ୪ ଉଇକେଟ ହରାଇ ୩୩୮ ରନ କରିଥିଲା । ବିଜୟ ଲକ୍ଷ୍ୟ ୩୩୯ ନେଇ ବ୍ୟାଟିଂ କରୁଥିବା ବିରାଟ ବାହିନୀ ପାକିସ୍ତାନର ବୋଲିଂ ଓ ଫିଲ୍ଡିଂ ଆଗରେ ହାର ମାନିଥିଲା । ଶେଷ ବେଳକୁ ଲଢୁଆ ବ୍ୟାଟିଂ କରୁଥିବା ପାଣ୍ଡ୍ୟା ଦୁର୍ଭାଗ୍ୟଜନକ ଭାବରେ ଆଉଟ ହେବା ପରେ ଟିମ୍ ଇଣ୍ଡିଆର ସମସ୍ତ ଆଶା ଧୂଳିସାତ୍ ହୋଇସାରିଥିଲା ।

ଭାରତୀୟ ଦଳ ୩୦ ଓଭର ୩ ବଲ ଖେଳି ୧୫୮ ରନ କରିପାରିଥିଲା । ଏହା ସହ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ହାତେଇଛି । ଫକର ଜମାନଙ୍କୁ ତାଙ୍କର ଚମତ୍କାର ଶତକୀୟ ପାଳି ପାଇଁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି । ହସନ ଅଲିଙ୍କୁ ପ୍ଲେୟାର ଅଫ ଦି ଟୁର୍ଣାମେଂଟ ଘୋଷଣା କରାଯାଇଛି । ସେପଟେ ବ୍ୟାଟ୍ସମ୍ୟାନ ଅଫ ଦି ସିରିଜ୍ ଭାବରେ ଟିମ୍ ଇଣ୍ଡିଆର ଶିଖର ଧୱନଙ୍କୁ ଗୋଲ୍ଡେନ ବ୍ୟାଟ ପ୍ରଦାନ କରାଯାଇଛି ।