ସଂସଦରେ ମହାନଦୀ ତାତି !  ଜୋର ଧରିଲା ଟ୍ରିବ୍ୟୁନାଲ ଗଠନ ଦାବି, ପାର୍ଲାମେଂଟ ପରିସର ଗାନ୍ଧିମୂର୍ତ୍ତୀ ତଳେ ବିଜେଡି ସାଂସଦଙ୍କ ଧାରଣା

37

କନକ ବ୍ୟୁରୋ:  ସଂସଦରେ ମହାନଦୀ ତାତି । ଉଭୟ ଲୋକସଭା ଓ ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ । ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ସାଂସଦମାନେ ସଂସଦରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ । ହେଲେ ଏହାକୁ ଆଗ୍ରାହ୍ୟ କରିବା ପରେ ବିଜେଡି ସାଂସଦମାନେ ଧାରଣାରେ ବସିଛନ୍ତି । ଟ୍ରିବ୍ୟୁନାଲ ଗଠନ ଦାବିରେ ସଂସଦ ପରିସରରେ ଥିବା ଗାନ୍ଧିମୂର୍ତ୍ତୀ ତଳେ ବିଜେଡି ସାଂସଦମାନେ ଧାରଣା ବସିଛନ୍ତି । ଛତିଶଗଡ-ଓଡିଶାର ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବିରେ ସଂସଦରେ ହୋହଲ୍ଲା କରିଥିଲେ ସାଂସଦ ।

ସୂଚନା ମୁତାବକ, ମହାନଦୀ ବିବାଦର ସମାଧନା ପାଇଁ ଟ୍ରିବୁନାଲ ଗଠନ ଦାବି ନେଇ ଆଜି ବିଜେଡିର ସାଂସଦମାନେ ସଂସଦ ପରିସରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି । ରାଜ୍ୟର ସ୍ୱାର୍ଥକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇ ପାରିବ ନାର୍ହିଁ ବୋଲି ଦର୍ଶାଇ ବିଜେଡ଼ି ସାଂସଦମାନେ ତୁରନ୍ତ କେନ୍ଦ୍ର ସରକାର ଏହି ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ କରନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ଆଜି ରାଜ୍ୟସଭାରେ ମଧ୍ୟ ମହାନଦୀ ପ୍ରସଙ୍ଗ ଉଠିଛି। ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଅନୁମତି ଦେଇଛନ୍ତି।

ଓଡ଼ିଶା- ଛତିଶଗଡ଼ ରାଜ୍ୟ ମଧ୍ୟରେ ଲାଗିଥିବା ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ସୁପ୍ରିମ୍କୋଟରେ ଆବେଦନ କରିବା ସହିତ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ମାତ୍ର ନିକଟରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଟ୍ରିବୁନାଲ ଗଠନ କରାଯିବ ନାହିଁ କୁହାଯିବ ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।