କିଏ ହେବ ବିରୋଧୀ ଦଳ ନେତା? ୧୯ତାରିଖରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକରେ ହୋଇପାରେ ନିଷ୍ପତ୍ତି ।

385

କନକ ବ୍ୟୁରୋ: ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ହୋଇଛି ବିଜୁ ଜନତା ଦଳ । ୧୯ତାରିଖରେ ବିଧାୟକ ଦଳର ବୈଠକ ବସିବାକୁ ଯାଉଛି । ଶଙ୍ଖ ଭବନରେ ଏହି ବୈଠକ ବସିବ । ଯାହାର ଅଧ୍ୟକ୍ଷତା କରିବେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ବିଧାୟକ ଦଳର ନେତା ଅର୍ଥାତ ବିରୋଧୀ ଦଳ ନେତା କିଏ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବ ବିଜେଡି । ତେଣୁ ବିଜେପି ବିରୋଧରେ ଦଳର ଆଭିମୁଖ୍ୟ କିଭଳି ରହିବ ଏହା ଉପରେ ହେବାକୁ ଥିବା ରଣନୀତି ଉପରେ ମଧ୍ୟ ନଜର ରହିଛି ।