କଂଗ୍ରେସ ଛାଡି ବିଜେଡିରେ ହୋଇଥିଲେ ସାମିଲ: କେନ୍ଦ୍ରାପଡା ପାଇଁ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କଲା ବିଜେଡି

905

କନକ ବ୍ୟୁରୋ: କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଜେଡି ଏଥର ବି କେନ୍ଦ୍ରାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । କେନ୍ଦ୍ରାପଡାରେ ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଦଳ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ପୂର୍ବରୁ ଗଣେଶ୍ୱର ବେହେରା କଂଗ୍ରେସରେ ଥିବା ବେଳେ ନିକଟରେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡି ତାଙ୍କୁ ଏବେ କେନ୍ଦ୍ରାପଡା ଟିକେଟ ଦେଇଛି ।

କେନ୍ଦ୍ରାପଡା ଆସନରୁ ୨୦୦୯ ମସିହାରୁ ବିଜେଡି ବିଜୟୀ ହୋଇ ଆସୁଛି । ସେହିପରି କଂଗ୍ରେସରୁ ବି ଗଣେଶ୍ୱର ବେହେରା ୨୦୦୯ରୁ ଲଗାତାର ପ୍ରାର୍ଥୀ ହୋଇ ଆସୁଥିଲେ । ହେଲେ ଏଥର ସେ ବିଜେଡିରୁ ଟିକେଟ ପାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଗଣେଶ୍ୱର ବେହେରା କେନ୍ଦ୍ରାପଡା ରାଜନୀତିର ଜଣେ ଜଣାଶୁଣା ଚେହେରା । ସେ ୧୯୮୫ ଓ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଆଉ କଂଗ୍ରେସ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ ।