ଜଳୁଛି ଶିମିଳିପାଳ ଜଙ୍ଗଲ  । ନିଆଁ ଲିଭାଇବାକୁ ନାକେଦମ୍ ହେଉଛନ୍ତି ଫାୟାର ସ୍କ୍ୱାଡ ଓ ବନ କର୍ମଚାରୀ ।

କାକଟପୁର ଗଣିପୁର ଜଙ୍ଗଲରେ ବି ନିଆଁ

104

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୧୩ ଟି ସ୍ଥାନରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଫାୟାର ସ୍କୋଡ୍, ବନ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତିି । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ପାର କରିଥିବା ବେଳେ ହିଟ୍ୱେଭ ଦେଖିବାକୁ ମିଳିଛି । ଖରାରେ ଗଛପତ୍ର ଶୁଖିଯାଉଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଉପରେ ଛାନଭିନ କରୁଛି ବନ ବିଭାଗ ।

ପୁରୀ ଜିଲ୍ଲା କାକଟପୁର ନିକଟ ଗଣିପୁର ଜଙ୍ଗଲରେ ନିଆଁ । ଜଙ୍ଗଲ ସହ ପାଖରେ ଥିବା ପାଖୁଡି ବଣରେ ନିଆଁ ଲାଗିଯାଇଛି ।  ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନୀଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ୪ଟି ଅଗ୍ନିଶମ ଟିମ ନିଆଁକୁ ଆୟତ କରିଛନ୍ତି । ନିଆଁ ଲାଗିବା ପରେ ପବନ ଅଧିକ ଯୋଗୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଲାଗି ପ୍ରାୟ ୨୦ ଏକର ପାଖୁଡି ବଣ ପାଉଁଶ ହୋଇଯାଇଛି । ୧୦ ଏକର ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି । ୪ ଟି ଅଗ୍ନିଶମ ଟିମ୍ ୪ଘଂଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି ।