ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡି କାଉନସିଲର । ନିଜ ଦଳର ଅନ୍ୟ କାଉନସିଲରଙ୍କ ନାଁରେ ଅଭିଯୋଗ ଆଣି କଲେ ନ୍ୟାୟ ଦାବି ।

106

କନକ ବ୍ୟୁରୋ: ଥାନା ପରେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲା ବାଲେଶ୍ୱର ମହିଳା ବିଜେଡିରେ ଉପୁଜିଥିବା ବିବାଦ । କର୍ମୀ ସମ୍ମିଳନୀରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ଘଟଣାକୁ ନେଇ ସହଦେବଖୁଂଟା ଥାନାରେ ଅଭିଯୋଗ କରିଛନ୍ତି ବିଜେଡି କାଉନସିଲର ରଂଜିତା ମହାପାତ୍ର । ଗତ ୬ ତାରିଖରେ ବାଲେଶ୍ୱରରେ ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ବିଜେଡି କାଉନସିଲର ରଂଜିତା ମହାପାତ୍ର ଓ ତାଙ୍କ ସମର୍ଥକଙ୍କ ସହ ଅନ୍ୟ ବିଜେଡି କାଉନସିଲର ଓ କର୍ମୀମାନେ ପାଟିତୁଣ୍ଡ କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ଯାଏ କଥା ଯାଇଥିଲା । ଏହାକୁ ନେଇ ଗତକାଲି ୩୧ ନମ୍ବର ବିଜେଡି କାଉନସିଲର ସହଦେବଖୁଂଟା ଥାନାରେ ଅଭିଯୋଗ କରିଥିଲେ । ଆଜି କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଅସମ୍ମାନ ଘଟଣାରେ ଉଚିତ୍ ନ୍ୟାୟ ଦାବି କରିଛନ୍ତି ଅଭିଯୋଗକାରୀ ।