ବିଜେପୁର ନିଷ୍ପତ୍ତି : ଶଙ୍ଖ ଶିବିରରେ ଉତ୍ସାହ, ଲଗାତାର ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

670

କନକ ବ୍ୟୁରୋ :  ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଲଗାତାର ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ବିଜେଡ଼ିର ପ୍ରଦର୍ଶନରେ  ଶିବିରରେ ଶଙ୍ଖ ଉତ୍ସାହ ଖେଳିଯାଇଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୫, ୩୭୫ ଖଣ୍ଡ ଭୋଟ ମିଳିଥିବା ବେଳେ  ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ୧୧, ୦୭୪ ମିଳିଛି  ଖଣ୍ଡ ଭୋଟ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କ ଠାରୁ ୩୪୩୦୧ ଖଣ୍ଡ ଭୋଟ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ ।  ଅନ୍ୟପଟେ ଚଳିତ ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ରହିଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଷଷ୍ଠ ରାଉଣ୍ଡରେ ମିଳିଛି ମାତ୍ର ୧୫୯୧ ଖଣ୍ଡ ଭୋଟ୍ ।

ବିଜେପୁରରେ କିଏ ହେବ ବିଧାୟକ ? । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ଭୋଟ୍ ଗଣତ ହେଉଛିି । ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହି ତଦାରଖ କରୁଛନ୍ତି । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।