ବିଜେପୁର ନିଷ୍ପତ୍ତି : ବାଜି ମାରୁଛି ବିଜେଡ଼ି , ଅଷ୍ଟମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୪୨, ୧୪୮ ଖଣ୍ଡ ଭୋଟରେ ଆଗୁଆ

842

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଲଗାତାର ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ବିଜେଡ଼ିର ପ୍ରଦର୍ଶନରେ ଶଙ୍ଖ ଶିବିରରେ ଉତ୍ସାହ ଖେଳିଯାଇଛି । ଷଷ୍ଠ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀଙ୍କୁ ୫୯୬୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଛି ୨୫୦୬  ଖଣ୍ଡ ଭୋଟ୍ ଏବଂ କଂଗ୍ରେସ ମିଳିଛି ମାତ୍ର ୧୫୭  ଖଣ୍ଡ ଭୋଟ୍ । ଅନ୍ୟପଟେ ନୋଟାରେ ପଡ଼ିଛି ୯୩୬ ଖଣ୍ଡ ଭୋଟ୍ ।

ଷଷ୍ଠ ରାଉଣ୍ଡଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୮,୨୭୭ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ୧୬,୧୨୯ ମିଳିଛି ଖଣ୍ଡ ଭୋଟ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କ ଠାରୁ ୪୨, ୧୪୮ ଖଣ୍ଡ ଭୋଟ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ । ଅନ୍ୟପଟେ ଚଳିତ ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ରହିଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୨୨୦୯ ଖଣ୍ଡ ଭୋଟ୍ ।

ବିଜେପୁରରେ କିଏ ହେବ ବିଧାୟକ ? । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ଭୋଟ୍ ଗଣତ ହେଉଛିି । ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହି ତଦାରଖ କରୁଛନ୍ତି । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।