ବିହାର ରାଜନୈତିକ ସଙ୍କଟ: ବିଜେପି ଆମକୁ ସବୁବେଳେ ଅପମାନିତ କରିଛି କହିଲେ ନୀତିଶ ।

184

କନକ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ଆବାସରେ ଚାଲିଥିବା ବୈଠକରେ ନୀତୀଶଙ୍କ ବଡ ବୟାନ ଦେଇଛନ୍ତି । ଏହି ବୈଠକରେ ନୀତିଶ କହିଛନ୍ତି, ବିଜେପି ସବୁ ସମୟରେ ଆମକୁ ଶକ୍ତିହୀନ କରିବା ପାଇଁ ଚେଷ୍ଟା କରୁଥିଲା । ବାରମ୍ବାର ଦଳ ଜେଡିୟୁ ଅପମାନିତ କରିଛି ।

ସେହିଭଳି ସୂଚନା ମିଳୁଛି ବିହାରରେ ସରକାର ଗଠନର ପୂରା ଫର୍ମୁଲା ପ୍ରସ୍ତୁତ ହୋଇଛି । ଜେଡିୟୁ ଖାତାରେ ମୁଖ୍ୟମନ୍ତ୍ରୀ ପଦ ରହିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆରଜେଡି ପାଖରେ ଉପମୁଖମନ୍ତ୍ରୀ ପଦ ସହ ଗୃହ ବିଭାଗ ରହିପାରେ । ସେହିଭଳି କଂଗ୍ରେସ ପାଖରେ ବାଚସ୍ପତି ପଦ ସହ ଉପମୁଖ୍ୟମନ୍ତ୍ରୀ ପଦ ରହିପାରେ ।

ମୁଖ୍ୟମନ୍ତ୍ରୀ ଆବାସରେ ମହାମେଣ୍ଟର ସମସ୍ତ ଦଳର ନେତା ପହଞ୍ଚିବା ପରେ ଏଠାରୁ ସମସ୍ତେ ରାଜଭବନ ଅଭିମୁଖେ ଯିବେ । ସେଠାରେ ରାଜ୍ୟପାଳଙ୍କୁ ଭେଟିବା ସହ ନୂଆ ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି । ପ୍ରଥମେ ନୀତିଶ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେବା ପରେ ନୀତିଶ ନୂଆ ସରକାର ଗଠନର ଦାବି ଜାଣାଇବେ ।