ବିହାର ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ

130

କନକ ବ୍ୟୁରୋ : ବିହାରରେ ବିଜେପିକୁ ବଡ ଝଟକା ଲାଗିଛି । ପ୍ରଥମେ ମେଣ୍ଟ ସରକାରରୁ ନୀତିଶ କୁମାର ଓହୁରି ଯିବା ପରେ ଏବେ ଦଳରୁ ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଇସ୍ତଫା ଦେଇଛନ୍ତି । ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲଙ୍କୁ ସୂଚନା ଦେଇଛନ୍ତି । ସେ କେବଳ ଇସ୍ତଫା ଦେଇନାହାଁନ୍ତି ଏହାସହ ଦଳ ଉପରେ ଥିବା ନିଜର ଅଭିଯୋଗକୁ ଗଣମାଧ୍ୟମ ଆଗରେ କହିଛନ୍ତି ରାଜୀବ ରଞ୍ଜନ ।

ରାଜୀବ ରଞ୍ଜନ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ବିହାରରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରୁ ଦୂରେଇ ଯାଇଛି । ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍ ସବକା ବିକାଶ’ କେବଳ କଥାରେ ରହିଥିବା କଥା ସେ ଅଭିଯୋଗ କରିଛନ୍ତି । ଏହାସହ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ପଛୁଆ, ଅତିପଛୁଆ, ଦଳିତ ସମାଜର ବିକାଶକୁ ବିରୋଧ କରୁଛି ।

ରାଜୀବ ରଞ୍ଜନଙ୍କ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଜେପି ପକ୍ଷରୁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିସ୍କୃତ କରାଯାଇଛି । ସେପଟେ ରାଜୀବ ରଞ୍ଜନ ରାଜ୍ୟ ଅଧ୍ୟକ୍ଷ ସଂଜୟ ଜୟଶ୍ୱାଲଙ୍କୁ ୍ରଅନୁରୋଧ କରିଛନ୍ତି କି, ତୂୁରନ୍ତ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଉ ।

ସେପଟେ ରାଜୀବ ରଞ୍ଜନ କିଛିିଦିନ ତଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ଏହି କାରଣରୁ ଏବେ ଚର୍ଚ୍ଚା ହେଉଛି କି ସେ ବିଜେପି ଛାଡି ଜେଡିୟୁରେ ଯୋଗଦେବେ । ହେଲେ ଏନେଇ ରାଜୀବ ରଞ୍ଜନ କିଛି ସ୍ପଷ୍ଟ କରିନାହାଁନ୍ତି ।