ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍ ରାଜନୀତି ସରଗରମ

21

ଛାତ୍ରସଂସଦ ନିର୍ବାଚନ ପାଖେଇ ଆସୁଛି ଏବଂ ତା ପୂର୍ବରୁ କ୍ୟାମ୍ପସ୍ ରାଜନୀତି ମଧ୍ୟ ସରଗରମ ହୋଇଛି । କେତେକ ସ୍ଥାନରେ ହିଂସାତ୍ମକ ଆଚରଣ ମଧ୍ୟ କରିବାକୁ ଛାତ୍ରଗୋଷ୍ଠୀ ପଛଘୁଂଚା ଦେଉନାହାଁନ୍ତି। କେତେବେଳେ ବାଣୀବିହାର ଭିସିଙ୍କୁ ଛାତ୍ରନେତା ମାନେ ଘେରୁଛନ୍ତି, ତ କେତେବେଳେ ଆର.ଡିରେ ପୋଷ୍ଟର ଚିରା ହେଉଛି ଏବଂ ବି.ଜେ.ବି କଲେଜରେ ବୋମାମାଡ ମଧ୍ୟ ହୋଇଛି , ଏବଂ ଏହା ବ୍ୟତିତ ରେଭେନ୍ସାରେ ମଧ୍ୟ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ପ୍ରତ୍ୟେକ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ଏଭଳି ଅଶାନ୍ତିକର ପରିବେଶ କାହିଁକି ଦେଖିବାକୁ ମିଳୁଛି । ଇଏ କେବଳ ଏଥି ପାଇଁକି ଯେ ମେନଷ୍ଟ୍ରିମ ପଲଟିକାଲ ପାର୍ଟିର ସିଧାସଳଖ ଭାବରେ ଏଥିରେ ସାମିଲ ରହିବା ଏବଂ କେଉଁ ଦଳର ସମର୍ଥନରେ କେଉଁ ଛାତ୍ରନେତା ଜିତିବେ ସେଥିପାଇଁ ହିଁ କେବଳ ଏଭଳିି ଗୋଟିଏ ଗୋଟିଏ ହିଂସାତ୍ମକ ଆଚରଣ କ୍ୟାମ୍ପସରେ ଦେଖିବାକୁ ମିଳୁଛି । ଏଇ ବିତର୍କିତ ଆଲୋଚନାକୁ ନେଇ ଦେଖନ୍ତୁ ବିଗ୍ ଡିବେଟ୍