ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଜବ ବ୍ୟବସ୍ଥା । ସବୁ ରୋଗୀଙ୍କୁ ଦିଆଯାଉଛି ସମାନ ଖାଦ୍ୟ । ଡାଇରିଆ ରୋଗୀଙ୍କୁ କ୍ଷୀର ଓ ଅଣ୍ଡା ଭଳି ମିଳୁଛି ଗରିଷ୍ଠ ଖାଦ୍ୟ ।

153

କନକ ବ୍ୟୁରୋ: ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ପଥି ରହିଥିବା ସମସ୍ତେ ଜାଣନ୍ତି । କେଉଁ ରୋଗ ହେଲେ କଣ ଖାଇବେ ଓ କଣ ଖାଇବେ ନାହିଁ ସେ ନେଇ ଡାକ୍ତରମାନେ ରୋଗୀଙ୍କୁ ସୁଚିନ୍ତିତ ପରାମର୍ଶ ଦେଇଥାନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ ମେଡିକାଲରେ । ଡାକ୍ତରମାନେ ରୋଗୀଙ୍କୁ ଯାହା ଖାଇବାକୁ ବାରଣ କରୁଛନ୍ତି, ସେହି ଖାଦ୍ୟହିଁ ଡାକ୍ତରଖାନା କତୃପକ୍ଷଙ୍କ ଦ୍ୱାରା ରୋଗୀଙ୍କୁ ଯୋଗାଇ ଦିଆଯାଉଛିା ଆଉ ଏଭଳି ଘଟଣା ବର୍ଷ ବର୍ଷ ଧରି ଏହି ବଡ ମେଡିକାଲରେ ଚାଲିଆସୁଛି ।

ରୋଗୀ ଚିକିତ୍ସା ସମୟରେ କଣ ଖାଇବେ ଆଉ କଣ ନ ଖାଇବେ ସେନେଇ ଡାକ୍ତର ପରାମର୍ଶ ଦେଇଥାନ୍ତି । ହଇଜା ବା ଝାଡାବାନ୍ତି ହେଲେ ରୋଗୀ ମୁଖ୍ୟତଃ କ୍ଷୀର ଓ ଅଣ୍ଡା ଭଳି ଗରିଷ୍ଠ ଖାଦ୍ୟ ଖାଇବା ଉଚିତ ନୁହେଁ । କିନ୍ତୁ ଡାକ୍ତରୀ ପରାମର୍ଶର ଠିକ୍ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି ବ୍ରହ୍ମପୁର ବଡ ମେଡିକାଲରେ ।

  • ଏମକେସିଜିରେ ସବୁ ରୋଗୀଙ୍କୁ ଗୋଟିଏ ଖାଦ୍ୟ
  • ବାହାରୁ ଆଣି ଖାଦ୍ୟ ଖାଉଛନ୍ତି ରୋଗୀ?

ବ୍ରହ୍ମପୁର ବଡ ମେଡିକାଲରେ କିଛି ରୋଗୀଙ୍କୁ ଡାକ୍ତର ବାରଣ କରୁଥିବା ଅଣ୍ଡା, ପାଉଁରୁଟି, ବିସ୍କୁଟ ଓ କ୍ଷୀର ଭଳି ଖାଦ୍ୟ ଯୋଗାଇ ଦିଆଯାଉଛି । ଅର୍ଥାତ ସବୁ ରୋଗୀଙ୍କୁ ସମାନ ଖାଦ୍ୟ । ଫଳରେ ବାହାରୁ ଆସିଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ରୋଗୀ ଖାଦ୍ୟକୁ ଅନ୍ୟକୁ ଦାନ କରୁଥିବା ବେଳେ ଆଉ କିଛି ରୋଗୀ ଏହି ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଅନେକ ରୋଗୀ ବାହାରୁ ବି ଖାଦ୍ୟ କିଣି ଆଣିବାକୁ ବାଧ୍ୟ ହେଉଛନ୍ତି ।

  • ଖବର ନେଇ ହାତଟେକିଦେଲେ କର୍ତ୍ତୃପକ୍ଷ
  • ବଡ ମେଡିକାଲରେ ଯାଂଚ ହେଉନି ଖାଦ୍ୟର ମାନ

ସବୁଠାରୁ ବଡ କଥା ହେଲା, ବଡ ମେଡିକାଲରେ ସମସ୍ତଙ୍କୁ ସମାନ ଖାଦ୍ୟ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ମେଡିକାଲ ଅଧୀକ୍ଷକ । ତାଙ୍କର କହିବା କଥା ହେଲା, ଏ ନେଇ ଆଗରୁ ସେ କୌଣସି ଅଭିଯୋଗ ପାଇନାହାନ୍ତି । ଆଉ କନକ ନ୍ୟୁଜଠାରୁ ପ୍ରଥମ ଖବର ପାଇଥିବା ସ୍ୱୀକାର କରିଛନ୍ତି ।

  • ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ଡାଇଟିସିଆନ୍ ନାହାନ୍ତି
  • ରୋଗୀଙ୍କ ଖାଦ୍ୟର ମାନ ପରୀକ୍ଷା କରାଯାଉନାହିଁ
  • ଡାଇଟିସିଆନ୍ ନିଯୁକ୍ତି ନେଇ ସରକାରଙ୍କୁ ଚିଠି ଲେଖାଯାଇଛି
  • କନକ ନ୍ୟୁଜରେ ଖବର ବାଜିବା ପରେ ବ୍ୟବସ୍ଥାରୁ ବଦଳାଯିବ ବୋଲି କହିଛନ୍ତି ଅଧୀକ୍ଷକ

କ୍ଷିଣ ଓଡିଶାର ଏକମାତ୍ର ରେଫେରାଲ ହସ୍ପିଟାଲରେ କଣ ଚାଲିଛି ତାହା ଖୋଦ ଅଧୀକ୍ଷକଙ୍କୁ ଜଣାନାହିଁ । ଯଦି ରୋଗୀଙ୍କ ନେଇ ବଡ ମେଡିକାଲରେ ଏଭଳି ବ୍ୟବସ୍ଥା ତାହା ହେଲେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟସେବା କିଭଳି ଥିବ ତାକୁ ନେଇ ଆଲୋଚନା ହେଉଛି ।