ସୌନ୍ଦର୍ଯ୍ୟ ପାଇଁ ସୋରିଷ ତେଲ . . . . .

218

ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଶୀତ ଦିନେ ଗାଧୋଇବା ପୂର୍ବରୁ ସୋରିଷ ତେଲ ଲଗାନ୍ତି । ଏହା ଦ୍ୱାରା ତ୍ୱଚାରୁ ଧୂଳି-ମଳି ସହଜରେ ଛାଡିଯାଏ । ତ୍ୱଚା ମୂଳ ଶକ୍ତ ରହେ । ଏଥିରେ ଭିଟାମିନ୍ ଇ ରହିଛି, ଯାହା ତ୍ୱଚାକୁ ଉଜ୍ଜ୍ୱଳ କରାଏ । ତ୍ୱଚା ଶିଥିଳତା କିଂବା କୁଞ୍ଚନ ହେବାକୁ ରକ୍ଷାପାଏ । ତ୍ୱଚାକଣ୍ଡୁ,  ରୁକ୍ଷତା ଆଦି ଦୂର ପାଇଁ ଏହା ଉପକାରୀ ।

ମୁହଁରେ ଖାଣ୍ଟି ସୋରିଷ ତେଲ ଲଗାଇ ଦଶ ମିନିଟ୍ ପରେ ଥଣ୍ଡା ପାଣିରେ ଧୁଅନ୍ତୁ, ଫାଟିବ ନାହିଁ । ସୋରିଷ ତେଲରେ ବେସନ, ଦହି, ଲେମ୍ବୁ ରସ ଫେଣ୍ଟି ସପ୍ତାହରେ ତିନି ଥର ମୁହଁରେ ଲଗାନ୍ତୁ । ତ୍ୱଚା ନରମ ହେବ । ସୋରିଷ ତେଲ ଲଗାଇଲେ କେଶ ଚମକେ । କେଶ ମୂଳକୁ ସୋରିଷ ତେଲରେ ନିୟମିତ ଘଷନ୍ତୁ । କେଶ ସୁସ୍ଥ ରହିବା ସହ ରୁପିି ହେବ ନାହିଁ କି କେଶ ଝଡିବନାହିଁ । କେଶରେ ଉଷୁମ ସୋରିଷ ତେଲ ଲଗାଇ ଅଧ ଘଣ୍ଟା ପରେ ଧୁଅନ୍ତୁ, ସୌନ୍ଦର୍ଯ୍ୟ ବଢିବ । ଗହଳ କେଶ ପାଇଁ ସୋରିଷ ତେଲ ଲଗାଇ ଅଧ ଘଣ୍ଟା ପରେ ଧୁଅନ୍ତୁ, ସୌନ୍ଦର୍ଯ୍ୟ ବଢିବ । ଗହଳ କେଶ ପାଇଁ ସୋରିଷ ତେଲରେ ଅଲିଭ୍ ତେଲ ଫେଣ୍ଟି ଲଗାନ୍ତୁ । ଶୀତଦିନେ ଓଠ ଶୁଷ୍କତା ଦୂର ପାଇଁ ସୋରିଷ ତେଲ ଲଗାଇବା ଭଲ ।