ସରକାରୀ ଯୋଜନାରେ କାହାକୁ ମିଳିଛି ଘର, କିଏ ଅଛି କୁଡିଆରେ? ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭଡାରେ ଲଗାଇଛନ୍ତି ହିତାଧିକାରୀ

116

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ପୌର ପାଳିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି । ଏଠାରେ ଧନୀ ଲୋକ ଚାଂଚକତା କରି ଆବାସ ଘର ହାତଉଥିବା ବେଳେ ଜଣେ ବିଧବା ଅସହାୟ ମହିଳା ମଜୁରି ଲାଗି ଭଙ୍ଗା କୁଡିଆରେ ନିଜ ଦିବ୍ୟାଙ୍ଗ ଝିଅ ସହ ରହିବାକୁ ବାଧ୍ୟ ହୋଇଛନ୍ତି । ଉମରକୋଟ ପୌରପାଳିକାର ୭ ନମ୍ବର ୱାର୍ଡ କୁସୁମଗୁଡା ସାହିରେ ରହୁଥିବା ସାଇବତୀ ନାମକ ଜଣେ ଅସହାୟ ମହିଳା ୧୮ ହଜାର ଟଙ୍କା ଦେଇନପାରିବାରୁ ଏହି ଯୋଜନାର ଲାଭ ଉଠାଇ ପାରିନାହାନ୍ତି ।

ଅନ୍ୟପଟେ ମହିଳାଙ୍କ ଘର ଠାରୁ ମାତ୍ର ୨ଶହ ମିଟର ଦୂରରେ ଦେଖିବାକୁ ମିଳିଛି ଆବାସ କେଳେଙ୍କାରୀର ନଗ୍ନ ଚିତ୍ର । ଜଣେ ବ୍ୟକ୍ତି ୭୦ ହଜାର ଟଙ୍କାର ଆୟ ପ୍ରମାଣପତ୍ର ଦେଖାଇ ହାତେଇଛନ୍ତି ଆବାସ ଘର । ଘର ମାଲିକ ଭିକାରୀ ଚରଣ ବେହେରାଙ୍କୁ ଏହି ଘର ମିଳିଥିବା ବେଳେ ସେ ଏହି ଘରକୁ ବ୍ୟବସାୟ କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ହୋଇଛି ।