ବିସିସିଆଇ କଲା ବିଶ୍ୱରେକର୍ଡ । ଆଇପିଏଲ୍ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଲା ବିଶ୍ୱର ସବୁଠୁ ବଡ ଜର୍ସି ।

224

କନକ ବ୍ୟୁରୋ: ବିଶ୍ୱ ରେକର୍ଡ କଲା ବିସିସିଆଇ । ଆଇପିଏଲ୍ ଫାଇନାଲ ମ୍ୟାଚ୍ ଅବସରରେ ଷ୍ଟାଡିୟମରେ ଦେଖିବାକୁ ମିଳିଲା ବିଶ୍ୱର ସବୁଠୁ ବଡ ଜର୍ସି । ଯାହା ଫଳରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିସିସିଆଇର ଏହି ଜର୍ସି ଯୋଡି ହୋଇଛି ।

ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହା ପୂର୍ବରୁ ଆଜି ଷ୍ଟାଡିୟମରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ୬୬X୪୨ ମିଟରର ଟି-ସାର୍ଟ ପଡିଆ ଭିତରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଆଇପିଏଲର ୧୦ଟି ଯାକ ଦଳର ଲୋଗା ରହିଥିଲା । ଆଉ ଶେଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ଓ ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏହି ଗିନିଜ୍ ବୁକ୍ ଅଫ୍ ରେକର୍ଡ ଗ୍ରହଣ କରିଥିଲେ ।

ଅନ୍ୟପଟେ ଉଦଯାପନୀ ଉତ୍ସବରେ ବଲିଉଡ୍ ଷ୍ଟାର ରଣବୀର କପୁର, ଓସ୍କାର ବିଜେତା ସିଙ୍ଗର ଏ ଆର୍ ରେହମାନ, ନୀତି ମୋହନଙ୍କ ଭଳି ଷ୍ଟାରଙ୍କ ଜଲୱା ଦେଖିବାକୁ ମିଳିଥିଲା । ଆଉ ଉଦଯାପନୀ ଉତ୍ସବ ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା ।