ମହାପ୍ରଭୁଙ୍କ ସେନାପଟା ବାହୁଟ ଲାଗି ବଉଳ କାଠ ଚିହ୍ନଟ । ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁରରେ ହେଉଛି ଗଛ କଟା । ପୂରା ପରିବେଶ ଭକ୍ତିମୟ ।

136

କନକ ବ୍ୟୁରୋ: ପାଖେଇ ଆସୁଛି ରଥଯାତ୍ରା । ଶ୍ରୀଜିଉଙ୍କ ସେନାପଟା ବାହୁଟ ଲାଗି ବଉଳ କାଠ ଚିହ୍ନଟ କରାଯାଇଛି । ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁରରେ ବଉଳ ଗଛ ଚିହ୍ନଟ ହୋଇଥିବା ବେଳେ ବରଣୀ ସହ ଆରମ୍ଭ ହୋଇଛି ଗଛ କଟା । ଶ୍ରୀମନ୍ଦିର ଭୋଇ ସେବାୟତଙ୍କ ପକ୍ଷରୁ ଗଛ କଟାଯାଉଛି । ଘଟଣାସ୍ଥଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୂଜାର୍ଚ୍ଚନା କରାଯାଉଛି । କାଠ ନେବାକୁ ଶ୍ରୀମନ୍ଦିରରୁ ଆସିଛି ଶଗଡ଼ି ।