ଆରମ୍ଭ ହେଲା ସଲମାନଙ୍କ ‘ଜୁଡୱା ୨’ର ସୁଟିଂ : ବରୁଣ ସେୟାର କଲେ କାଷ୍ଟିଂ ଫଟୋ

16

ଅଭିନେତା ସଲମାନ ଖାନ୍ ଶନିବାର ଦିନ ‘ଜୁଡୱା ୨’ର ସୁଟିଂ ଆରମ୍ଭ କରିଛନ୍ତି । ଏଥିରେ ସଲମାନ ଅତିଥି କଳାକାର ଭାବେ ଅଭିନୟ କରୁଛନ୍ତି । ଫିଲ୍ମରେ ବରୁଣ ଧାୱନ, ତାପସୀ ପନ୍ନୁ ଓ ଜ୍ୟାକଲିନ୍ ପର୍ଣ୍ଣାଡିଜ୍ ଅଛନ୍ତି । ଅଭିନେତା ବରୁଣ ଫିଲ୍ମର ସେଟର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୂରା ଟିମ୍ ସହ ସଲମାନ ନଜର ଆସିଛନ୍ତି । ବରୁଣ ଫଟୋ କ୍ୟାପସନରେ ଲେଖିଛନ୍ତି, ‘ଆଜି ମୁଁ ପିଲା ଦିନର ସୁପର ହିରୋ ସଲମାନ ଖାନଙ୍କ ସହ ସୁଟିଂ କଲି ’ ।

ଏହି ଫିଲ୍ମ ‘ଜୁଡୱା ୨’ କୁ ଡେଭିଡ୍ ଧାୱନ୍ ନିର୍ଦ୍ଦେଶନା ଦେଉଛନ୍ତି । ବରୁଣ ଏହା ପୂର୍ବରୁ ନିଜ ପିତା ଡେଭିଡ୍ ଙ୍କ ଫିଲ୍ମ ‘ମେ ତେରା ହିରୋ ’ରେ ମଧ୍ୟ କାମ କରିସାରିଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମ ୧୯୯୭ ମସିହାର ସଲମାନ-କରିସ୍ମା ଓ ରମ୍ଭାଙ୍କ ଅଭିନୀତ ‘ଜୁଡୱା ’ର ସିକ୍ୱେଲ ଫିଲ୍ମ ଅଟେ । ଫିଲ୍ମଟି ୨୯ ସେପ୍ଟେମ୍ବରରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି ।