ବାରିପଦା ବଡ ମେଡିକାଲରେ ବଡ ବିବାଦ ! ରୋଗୀକୁ ଏକ୍ସପାଏରୀ ସାଲାଇନ୍ ଦିଆଯାଇଥିବା ଅଭିଯୋଗ ।
ଏକ୍ସପାଏରୀ ଡେଟ୍ ପୁରିଯାଇଥିବା ସାଲାଇନ୍ ଲଗାଇବାରୁ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ।
କନକ ବ୍ୟୁରୋ: ବାରିପଦା ମର୍ମୁ ମେଡିକାଲ କଲେଜରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ୍ସପାଏରୀ ଡେଟ୍ ପୁରିଯାଇଥିବା ସାଲାଇନ୍ ଲଗାଇବାରୁ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଯାହାଫଳରେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ମୁର୍ମୁ ମେଡିକାଲ କଲେଜରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଅଞ୍ଚଳର ଜଗନ୍ନାତ ଗିରିଙ୍କ ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡି ଜିବାରୁ ତାଙ୍କୁ ପ୍ରଥମେ ବିଙ୍ଗିରିପୋଷୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହେବା ଦେଖି ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି ହେବା ପରେ ଡ୍ୟୁଟିରେ ଥିବା ଡାକ୍ତର ଗତ ନଭେମ୍ବର ୨୦୧୮ରେ ଏକ୍ସପାଏରୀ ହୋଇଥିବା ସାଲାଇନ୍ ଡି-୧୦ ରୋଗୀଙ୍କୁ ଲଗାଇଥିଲେ । ସାଲାଇନ୍ ପୁରା ସରିବା ପରେ ଯାଇ ଏହି ଘଟଣା ଜାଣିପାରିଥିଲେ ଡାକ୍ତର । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଏକ୍ସପାଏରୀ ସାଲାଇନ ଦେବା ଫଳରେ ରୋଗୀଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ରୋଗୀଙ୍କ ସ୍ୱାସ୍ଥ୍ୟଅବସ୍ଥା ଅଧିକ ସୋଚନିୟ ହୋଇଯିବାରୁ ରୋଗୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେପଟେ ଏହି ଘଟଣାର ଖବର ପାଇ ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ ସେଠାରେ ପହଞ୍ଚିଥିଲେ ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ପି.ଥଟେଇ ହଠାତ ଆସି ଗଣମାଧ୍ୟମ ପ୍ରତିନିଧୀଙ୍କୁ ର୍ଦୁବ୍ୟବହାର କରିବା ସହ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ।