ସମଲିଙ୍ଗୀ ବିବାହକୁ ବାର୍ କାଉନସିଲର ବିରୋଧ । କହିଲେ ‘ସୁପ୍ରିମକୋର୍ଟ ଏହି ମାମଲାକୁ ସଂସଦ ଉପରେ ଛାଡିଦେବା ଉଚିତ’

118

କନକ ବ୍ୟୁରୋ: ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମକୋର୍ଟଙ୍କ କୌଣସି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ଷ୍ଟେଟ୍ ବାର କାଉନସିଲ । ଦେଶର ସାମଜିକ, ସାଂସ୍କୃତିକ ଓ ଧାର୍ମିକ ବିବିଧତାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗକୁ ସଂସଦ ଉପରେ ଛାଡିଦିଆଯାଉ ବୋଲି କହିଛି ବାର କାଉନସିଲ ।

ସୂଚନା ମୁତାବକ, ଅଧ୍ୟକ୍ଷ ମନନ କୁମାର କୁମାର ମିଶ୍ରାଙ୍କ ଅଧ୍ୟକ୍ଷତାରେ ବିସିଆଇ ଓ ରାଜ୍ୟ ବାରକାଉନସିଲଙ୍କର ବୈଠକ ହୋଇଥିଲା । ଯେଉଁଥିରେ ଏହି ପ୍ରସଙ୍ଗକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା । ପରିଶେଷରେ ପାରିତ ପ୍ରସ୍ତାବରେ ଏହା ନିଷ୍ପତ୍ତି ହୋଇଛି ଯେ, ‘ଭାରତ ସାମାଜିକ ଓ ଧାର୍ମିକ ଦୃଷ୍ଟିକୋଣରୁ ସବୁଠାରୁ ବିବିଧ ରାଷ୍ଟ୍ର । ତେଣୁ ଏପରି କୌଣସି ମାମଲା ଯାହା ଏପରି ଏକ ଦେଶର ମୌଳିକ ସଂରଚନା ସହ ଧାର୍ମିକ ବିଶ୍ୱାସକୁ କ୍ଷୁର୍ଣ୍ଣ କରୁଥିବ କିମ୍ବା ପ୍ରଭାବିତ କରିବାର ଆଶଙ୍କା ଥିବ ତାକୁ କୋର୍ଟରେ ନୁହେଁ ନୁହେଁ ବରଂ ପ୍ରସ୍ତାବ ପାରିତ ପ୍ରକ୍ରିୟାରେ ସମାଧାନ କରବା ଉଚିତ’ ବୋଲି ଉଭୟ ବାର କାଉନସିଲ ନିଷ୍ପତ୍ତି ନେଇଛନ୍ତି ।