ସାର୍ଟ କିଣୁ କିଣୁ ଠକଙ୍କ ହାବୁଡରେ ପଡିଗଲେ ବ୍ୟାଙ୍କ କର୍ମଚାରୀ: ବ୍ୟାଙ୍କ ଆକାଉଣ୍ଟରୁ ଠକ ନେଇ ଗଲେ ୧ଲକ୍ଷ ୨୨ ହଜାର ଟଙ୍କା

351

କନକ ବ୍ୟୁରୋ: ଅନଲାଇନ୍ ସପିଂ କରି ଫସିଗଲେ ଯୁବକ । ସାର୍ଟ ଫେରାଉ ଫେରାଉ ସାଇବ ଠକଙ୍କ ହାବୁଡରେ ପଡିଗଲେ ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ କର୍ମଚାରୀଙ୍କ ଏକାଧିକ ବ୍ୟାଙ୍କ ଆକାଉଂଟରୁ ଏକ ଲକ୍ଷ ବାଇଶ ହଜାର ଟଙ୍କା ଲୁଟି ନେଇଗଲେ ସାଇବର ଠକ । ଏଭଳି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁର ରାମକୃଷ୍ଣ ନଗରରର ଲକ୍ଷ୍ମୀ ନାରାୟଣ ପଣ୍ଡା । ସେ ଅନଲାଇନ ଫର୍ମାଲ ବଟନ ଡ଼ର୍ଟ କମରୁ ଏକ ସାର୍ଟ ଅର୍ଡ଼ର କରିଥିଲେ । କିନ୍ତୁ ସେ ଯେଉଁ ସାର୍ଟ ମଗାଇଥିଲେ ତାହା ଆସିନଥିଲା । ପରେ ସାର୍ଟର ଫେରସ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ସେଥିପାଇଁ ସେ କମ୍ପାନୀର କଷ୍ଟମର କେୟାର ସହ କଥା ହୋଇଥିଲେ । ପରେ ତାଙ୍କ ଫୋନରେ ଏକ ସ୍ପଟୱେୟାର ଲୋଡ଼ କରିବା ପାଇଁ କୁହାଯାଇଥିଲା । ଲକ୍ଷ୍ମୀ ତାଙ୍କ ମୋବାଇଲେ ସେହି ସଫ୍ଟ୍ ୱେୟାର ଲୋଡ଼ କରିବା ପରେ କିଛି ଅପରେଟ କରିଥିଲେ । ଏହାପରେ ସାଇବର ଠକ ଲକ୍ଷ୍ମୀଙ୍କ ମୋବାଇଲର ସବୁ ଡ଼ାଟା ନେଇ ଯାଇଥିଲେ । ଏହାପରେ ପରେ ତାଙ୍କର ୩ଟି ଆକାଉଂଟରୁ ଏକ ଲକ୍ଷ ବାଇଶ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ପ୍ରତିଦିନ ବ୍ୟାଙ୍କରେ ଗ୍ରାହକଙ୍କୁ ସାଇବର ଠକେଇ ବାବଦରେ ବୁଝାଉଥିବା ବ୍ୟାଙ୍କ କର୍ମଚାରୀ ଏଭଳି ଢଙ୍ଗରେ ନିଜେ ଠକେଇର ଶିକାର ହେବେ ତାହା କେବେ ଚିନ୍ତା କରିନଥିଲେ ।