ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା ନଦୀର ଜଳସ୍ତର । ଆତଙ୍କିତ ଅବସ୍ଥାରେ ତଳିଆ ଅଞ୍ଚଳର ଲୋକେ

91

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ । ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬ ଦଶମିକ ୩୧ ମିଟର ରହିଛି । ପାଣି ଘେରରେ ୫୦ ହେକ୍ଟରରୁ ଅଧିକ ଚାଷ ଜମି । ବସ୍ତା ବ୍ଲକର ଦୁଧହଂସା ଓ ମଥାନୀ ପଞ୍ଚାୟତର ୧୦ ଗାଁ ଏବଂ ସଦର ବ୍ଲକ ରଶଲପୁର ପଞ୍ଚାୟତର ପାଖାପାଖି ୫ଟି ଗାଁରେ ଥିବା ଚାଷ ଜମିରେ ମାଡ଼ି ଯାଇଛି ବନ୍ୟାଜଳ । ଜଳସ୍ତର ବୃଦ୍ଧି ପାଉଥିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ସେପଟେ ଭଦ୍ରକରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି । ଯାହା ଫଳରେ ଭଦ୍ରକର ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଳାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଜଳକାର ଜଳସ୍ତର ମଥାନୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକରେ ପଶି ଯାଇଛି ପାଣି । ଆଗକୁ ଆହରୁି ବର୍ଷା ହେବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ନଦୀ କୂଳିଆ ଲୋକେ । ସେପଟେ ଗୁଣପୁରରେ ବଂଶଧାରାରେ ବଢୁଥିବାବେଳେ , ନିମାପଡାରେ କୁଶଭଦ୍ରା ଓ ରାଜଘାଟରେ ସୁବର୍ଣ୍ଣରେଖା ବଢୁଛି ।