ବୈପାରୀଗୁଡା ଆଇଆଇସି ବହିଷ୍କୃତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ।

562

କନକ ବ୍ୟୁରୋ: ବହିଷ୍କୃତ ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ଏ ପୁଲିସ ଅଧିକାରୀଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବୈପାରୀଗୁଡା କାର୍ଯ୍ୟାଳୟରୁ ବସ୍ ଯୋଗେ ଘରକୁ ଯାଉଥିବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଯେଉଁ ସମୟରେ ତାଙ୍କ ପାଖରୁ ପାଖାପାଖି ୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏବଂ ପରେ ତାଙ୍କ ଘରେ ଚଢଉ ବେଳେ  କଟକ ଘରୁ ପାଖାପାଖି ୨୭ ଲକ୍ଷ ଓ ବୈପାରୀଗୁଡା ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏ ବିଷୟରେ ପଚାରିବାରୁ ସେ କୌଣସି ଉତ୍ତର ଦେଇପାରିନଥିଲେ । ଫଳରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁଲିସ ଡିଜି । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।