ଆସନ୍ତା କାଲି ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ ଓ ତରଣ ।

130

କନକ ବ୍ୟୁରୋ: ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଆସନ୍ତାକାଲି ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ ଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ ।

ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାନ୍ତି । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ପଂଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ଧବଳେଶ୍ୱର ଗଙ୍ଗାଧର ବେଶରେ ଦର୍ଶନ ଦେଉଥିବା

ଆସନ୍ତାକାଲି ବଡ଼ଓଷାରେ ବଡସିଂହାର ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ । ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ , ନଦୀ ଘାଟରେ ଓଡ୍ରାଫ , ଅଗ୍ନିଶମ ବାହିନୀ , ମେଡିକାଲ ଟିମ ମୃତ୍ତୟନ ହେବା ସହ ପୀଠରେ ଆଠଗଡ ଉପଜିଲ୍ଲାପାଳ ଓ କଟକ ଗ୍ରାମାଂଚଳ ଏସପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ସକାଳୁ ସକାଳୁ ବ୍ୟାରିକେଟ ଦେଇ ଲମ୍ବାଧାଡିରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।