ଥାନାରେ ହାଜର ହେଲେ ବାବୁସାନ। ଜନ୍ମଦିନରେ ଜେରା କଲା ପୋଲିସ। 

136

କନକ ବ୍ୟୁରୋ:  ଜନ୍ମଦିନର ଶୁଭେଛା ଜଣାଇବା ପାଇଁ ଆସିଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଦେବା ପରେ ପରେ ଥାନା ଅଭିମୁଖେ ବାହାରିଥିଲେ ଅଭିନେତା ବାବୁସାନ । ମାଆ ଅପରାଜିତା ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଥାନାକୁ ଯାଇଥିଲେ । ଥାନାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଘେରି ଯାଇଥିଲେ । ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏତିକି କହି ସେ ଥାନା ଭିତରକୁ ଚାଲିଯାଇଥିଲେ । ଭିତରକୁ ଯିବା ପରେ ପୋଲିସ ତାଙ୍କୁ ପ୍ରାୟ ଅଧଘଣ୍ଟ।। ଧରି ଜେରା କରିଥିଲା । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ପଚରାଉଚୁରା କରିଥିଲା ପୋଲିସ । ଆଉ ବାବୁସାନ ବି ପୁଲିସ ପ୍ରଶ୍ନର ଉତ୍ତର ଦେଇଥିଲେ । ହେଲେ ଫେରିବାବେଳେ ଗଣମାଧ୍ୟମକୁ ଆଉ କୌଣସି ଉତ୍ତର ଦେଇନଥିଲେ ।

ବାବୁସାନଙ୍କୁ କି କି ପ୍ରଶ୍ନ ପଚାରଯାଇଥିଲା ସେନେଇ ତଦନ୍ତକାରୀ ଅଧିକାରୀ କିଛି ସ୍ପଷ୍ଟ ଭାବେ କହିନାହାଁନ୍ତି । କିନ୍ତୁ ମିଳିଥିବା ସୂଚନା ଅନୁସାରେ..

– ସେଦିନର ପୂରା ଘଟଣା କ’ଣ ଥିଲା?

– ଆପଣଙ୍କ ବୈବାହିକ ଜୀବନ ଠିକଠାକ୍ ଥିଲା କି ନାହିଁ?

– ପତ୍ନୀ ତୃପ୍ତିଙ୍କ ସହ କୌଣସି କାରଣରୁ ବିବାଦ ରହିଥିଲା କି?

– ତୃପ୍ତିଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ଦେଉନଥିଲେ କାହିଁକି?

– ପ୍ରକୃତି ମିଶ୍ରଙ୍କୁ କେବେଠାରୁ ଜାଣିଥିଲେ ଓ ତାଙ୍କ ସହ ସମ୍ପର୍କ କେତେ ନିବିଡ?

– ଆପଣଙ୍କଠାରୁ ପ୍ରକୃତି କେବେ ଟଙ୍କା ନେଇଛନ୍ତି କି?

– ପ୍ରକୃତି କେବେ ଆପଣଙ୍କୁ ବ୍ଲାକମେଲ କରିଛନ୍ତି କି?

– ଆପଣ ଦୀର୍ଘଦିନ ଧରି ନିଜ ଘରେ ରହୁନଥିବା କଥା ସତ କି?

– ସତ୍ୟନଗରର ଭଡ଼ାଘରେ ଆପଣ ପ୍ରକୃତିଙ୍କ ସହ ରହୁଥିଲେ କି?

ବାବୁସାନଙ୍କ ପାଖରୁ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିଥିଲା ପୁଲିସ ।

ବାବୁସାନ ଓ ପତ୍ନୀ ତୃପ୍ତିଙ୍କ କଳିର ଭବିଷ୍ୟତ ଯାହା ବି ହେଉ, କିନ୍ତୁ ଏହି ଷ୍ଟାର ପରିବାରର କଳି ପଦାକୁ ଆସିବା ପରେ ସବୁଠୁ ଅଧିକ ଘାଣ୍ଟି ହୋଇଛନ୍ତି ଅପରାଜିତା ମହାନ୍ତି । ଆପଣଙ୍କ ଟିଭି ସ୍କ୍ରିନରେ ଥିବା ଏହି ଦୁଇଟି ଦୃଶ୍ୟ ଉପରେ ନଜର ପକାନ୍ତୁ, କେମିତି ପରିବାର ଭିତରେ ସମନ୍ୱୟ ରକ୍ଷା କରିବାକୁ ଉଦ୍ୟମ କରିଛନ୍ତି ଅପରାଜିତା । ପ୍ରଥମ ଦୃଶ୍ୟରେ ବୋହୁ ତୃପ୍ତିଙ୍କ ସହ ଥାନାକୁ ଯାଉଛନ୍ତି ଶାଶୁୂ ଅପରାଜିତା । ଅପରାଜିତାଙ୍କ ଉପସ୍ଥିତିରେ ପୁଅ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତିି ତୃପ୍ତି । ଅନ୍ୟ ଦୃଶ୍ୟଟି ଉପରେ ନଜର ପକାନ୍ତୁ ପୁଅ ବାବୁସାନ ଥାନାକୁ ବାହାରିବା ପୂର୍ବରୁ ଆଗେ ଆଗେ ବାହାରି ଯାଉଛନ୍ତି ମାଆ ଅପରାଜିତା । ଥାନାରେ ପୁଅ ପହଁଞ୍ଚିବା ପୂର୍ବରୁ ସେଠାରେ ପହଞ୍ଚି ଯାଉଛନ୍ତି । ଏହି ଦୁଇଟି ଦୃଶ୍ୟ ମାଧ୍ୟମରେ ସେ ଉଭୟ ପୁଅ-ବୋହୁଙ୍କ ସହ ଅଛନ୍ତିି ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।