ଆଠଗଡରେ ପାଣି ପାଇଁ ରାସ୍ତାରୋକ : ଓରନ୍ଦା ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

26

ଆଠଗଡ: ପାଣି ପାଇଁ ହାହା କାର । ଆଠଗଡରେ ପାଣି ପାଇଁ ଶହ ଶହ ଗାଡି ଅଟକାଇଲେ ଗ୍ରାମବାସୀ । ଓରନ୍ଦା ୫୫ ନଂ ଜାତୀୟ ରାଜପଥ ନିକଟରେ ପାଣି ସମସ୍ୟା ନେଇ ଗ୍ରାମବାସୀ ରାସ୍ତାକୁ ଓହ୍ଳାଇଛନ୍ତି । ଗରା, ବାଲଟି ଧରି ଗ୍ରାମବାସୀମାନେ ରାଜରାସ୍ତାରେ ବସିରହିଛନ୍ତି । ଫଳରେ ଜାତୀୟ ରାଜପଥରେ ବହୁ ଗାଡି ଅଟକି ରହିଛି । ଗୁରୁଡି ଝାଟିଆ ଆଇଆଇସି ଓ ଏବିଡିଓ ଘଟଣା ସ୍ତଳ ରେ ପହଚିଂ ଆଲୋଚନା କରିଛନ୍ତି । ତେବେ ପାଣି ସମସ୍ୟାର ସମାଧାନ ନେଇ ଗ୍ରାମବାସୀମାନେ ଏବିଡିଓଙ୍କୁ ଘେରାଉ କରିଥିବା ଜଣାପଡିଛି ।