‘ରାଜସ୍ଥାନରେ ପଞ୍ଜାବ ଭଳି ଷଡଯନ୍ତ୍ର’, ମୁଖ୍ୟମନ୍ତ୍ରୀ ବଦଳିବା କଂଗ୍ରେସ ପାଇଁ କ୍ଷତି । ଗେହଲଟଗୋଷ୍ଠୀ ବିଧାୟକ ଧାରିୱାଲ ଜାରି କଲେ ଭିଡିଓ ।

102

କନକ ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ସଙ୍କଟ ଭିତରେ ଅଶୋକ ଗେହଲଟ ସରକାରରେ ମନ୍ତ୍ରୀ ଥିବା ଶକ୍ତି ସିଂହ ଧାରିୱାଲ ଗୋଟିଏ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ଷଡଯନ୍ତ୍ର କରି ଅଶୋକ ଗେହଲଟଙ୍କୁ ଇସ୍ତଫା ଦେବାକୁ କୁହାଯାଉଛି । ଏହା ବଡ ଷଡଯନ୍ତ୍ର, ଏହିଭଳି ଷଡଯନ୍ତ୍ର କାରଣରୁ କଂଗ୍ରେସ ସରକାର ପଞ୍ଜାବ ହରାଇଥିଲା । ଏହି ଭଳି ଭାବେ ଆମେ ରାଜସ୍ଥାନକୁ ହରାଇବାକୁ ଯାଉଛୁ । ଯଦି ଆମେ ଠିକ ବାଟରେ ନଯିବା ତେବେ ରାଜସ୍ଥାନ ବର୍ତ୍ତିପାରିବ ନାହିଁ । ଏହି ଭିଡିଓ ବିଧାୟକଙ୍କ ବୈଠକ ପରେ ସାମ୍ନାକୁ ଆସିଛି ।

ଶକ୍ତି ସିଂହ ଧାରିୱାଲ ଅଶୋକ ଗେହଲଟଙ୍କ ସମର୍ଥକଙ୍କ ମଧ୍ୟରୁ ଜଣେ ବିଧାୟକ । ରବିବାର ଶକ୍ତି ସିଂହ ଧାରିୱାଲଙ୍କ ଘରେ ବିଧାୟକଙ୍କ ବୈଠକ ବସିଥିଲା । ଏଥିରେ ଗେହଲଟ ଗୋଷ୍ଠୀର ସମସ୍ତ ବିଧାୟକ ପହଞ୍ଚିଥିଲେ । ଏହିଠାରେ ହିଁ ବିଧାୟକମାନେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ସେଠାରୁ ସମସ୍ତ ବିଧାୟକ ସିଧା ଯାଇ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ ।

ଶକ୍ତି ସିଂହ ଧାରିୱାଲ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ କହିଛନ୍ତି ଗେହଲଟଙ୍କ ପାଖରେ ଦୁଇଟି ପଦ ଅଛି । ତେବେ ଆଜି ତାଙ୍କ ପାଖରେ କେଉଁ ଦୁଇଟି ପଦ ଅଛି ଯେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଉଛି । ବର୍ତ୍ତମାନ ତାଙ୍କ ପାଖରେ କେବଳ ମୁଖ୍ୟମନ୍ତ୍ରୀ ପଦ ରହିଛି ।  ଯେତେବେଳେ ତାଙ୍କୁ ଦ୍ୱିତୀୟ ପଦ ମିଳିବ ସେତେବେଳେ ଇସ୍ତଫା ଦେବାର ପ୍ରଶ୍ନ ଉଠିବ । ଆଜି ଇସ୍ତଫାର ପ୍ରଶ୍ନ ହିଁ ଉଠୁନାହିଁ । ଏହା ଗୋଟିଏ ବଡ ଷଡଯନ୍ତ୍ର । ଏହି ଷଡଯନ୍ତ୍ର କାରଣରୁ ଆମେ ପଞ୍ଜାବ ହରାଇଥିଲୁ ଏହି କାରଣରୁ ଆମେ ରାଜସ୍ଥାନ ହରାଇବାକୁ ଯାଉଛୁ । ଯଦି ଆମେ ସମୟ ପୂର୍ବରୁ ନିଜକୁ ନସମ୍ଭାଳିବା ତେବେ ରାଜସ୍ଥାନ ବର୍ତ୍ତିପାରିବ ନହେଲେ ପଞ୍ଜାବ ଭଳି ସ୍ଥିତି ଦେଖାଦେବା