ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କହିଲେ, ବହୁ ବର୍ଷ ପରେ ମିଳିଲା ପ୍ରଭୁଙ୍କ ଦର୍ଶନ ସୁଯୋଗ । 

101

କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପରିବାରବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ ଦାସ । ଅନେକ ବର୍ଷ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ମିଳିଥିବା ବେଳେ ଭଲରେ ଦର୍ଶନ ହୋଇଥିବା ସେ କହିଛନ୍ତି । ଏହି ଅବସରରେ ଲିଙ୍ଗରାଜ ମନ୍ଦିରର ସେବାୟତ ମାନଙ୍କ ପକ୍ଷରୁ ମଧ୍ୟ ଆରବିଆଇ ଗଭର୍ଣ୍ଣରଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି ।