କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ବଢିବନାହିଁ ସାରର ଦାମ, ଚାଷୀଙ୍କ ପାଇଁ ଜାରି ରହିବ ସାର ଉପରେ ରିହାତି

71

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକମାନଙ୍କ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି କି କେନ୍ଦ୍ର ସରକାର କୃଷକମାନଙ୍କ ସାର ଉପରେ ଯେଉଁ ରିହାତି ପ୍ରଦାନ କରୁଥିଲେ ତାହା ଜାରି ରହିବ । ଏହାସହ ସାର ଉପରେ କୌଣସି ଦାମ ବଢିବ ନାହିଁ ।

କ୍ୟାବିନେଟ ବୈଠକ ନିଷ୍ପତ୍ତିକୁ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି କି କୌଣସି ପ୍ରକାର ସାରର ଦାମ ବୃଦ୍ଧି କରାଯିବ ନାହିଁ । ଚାଷୀମାନଙ୍କୁ ପୂର୍ବବର୍ଷ ଭଳି ସାର ଉପରେ ରିହାତି ମିଳିବା ଜାରି ରହିବ ।

ଅନୁରାଗ ଠାକୁର କହିଛନ୍ତି କି, ପୁଣିଥରେ କେନ୍ଦ୍ର ସରକାର ଚାଷୀଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେଇଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ସାର ଦର ବଢୁଥିଲେ ବି ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ରବି ଋତୁରେ ନ୍ୟୁଟ୍ରାଣ୍ଟ ରିହାତି ଜାରି ରହିବ । ଏହାସହ ୟୁରିଆ ଉପରେ କୌଣସି ଦାମ ବଢିବ ନାହ. ପଟାଶ ସାର ଗତବର୍ଷ ତୁଳନାରେ କୁଇଣ୍ଟାଲ ପ୍ରତି ୪୫ ଟଙ୍କା କମରେ ମିଳିବ ।

ଅନୁରାଗ ଠାକୁର କହିଛନ୍ତି କି ରବି ଚାଷ ପାଇଁ ଅକ୍ଟୋବର ୨୦୨୩ ଅକ୍ଟୋବର ପହିଲାରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକାରର ରିହାତି ମିଳିବ । ନାଇଟ୍ରୋଜେନ ପାଇଁ ୪୭.୨ ଟଙ୍କା ପ୍ରତି କିଲୋଗ୍ରାମ, ଫସଫରସ ପାଇଁ ୨୦.୮୨ ଟଙ୍କା ପ୍ରତି କିଲୋଗ୍ରାମ, ପୋଟାସ ଉପରେ ୨.୩୮ ଟଙ୍କା ପ୍ରତି କିଲୋଗ୍ରାମ ରିହାତି ମିଳିବ ।