ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ତେଜୁଛି ବିରୋଧ : ବେଜିଂ ସମେତ ୭ ସହରରେ ଜିନପିଙ୍ଗ୍ ବିରୋଧୀ ନାରା

100

କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ଆରମ୍ଭ ହୋଇଥିବା ବିଦ୍ରୋହ ସାରା ଦେଶକୁ ବ୍ୟାପିବାରେ ଲାଗିଛି । ଚୀନର କମ୍ୟୁନିଷ୍ଟ୍ ପାର୍ଟି କଂଗ୍ରେସର ବୈଠକ ଆରମ୍ଭ ହୋଇଥିବା ବେଳେ ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାରି ଭିତରେ ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ ତେଜିବାରେ ଲାଗିଛି । ଜିନପିଙ୍ଗଙ୍କ ବିରୋଧରେ ଲୋକ ବ୍ୟାନର ଧରି ବେକିଂରେ ବିରୋଧ କରୁଥିବା ଦେଖିବାକୁ ମିଳିଛି । ବିଶେଷକରି କୋଭିଡ କଟକଣାକୁ ନେଇ ଚୀନବାସୀ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ଆମେ ଖାଦ୍ୟ ଚାହୁଁଛୁ, ପିସିଆର ଟେଷ୍ଟ ନୁହେଁ ବୋଲି ନାରା ଦେଇଛନ୍ତି ଜିନପିଙ୍ଗ୍ ବିରୋଧୀ । ଆମେ ସ୍ୱାଧୀନତା ଚାହୁଁ ଲକଡାଉନ ନୁହେଁ, ଆମେ ସମ୍ମାନ ଚାହୁଁ ମିଛ ନୁହେଁ ଲେଖାଥିବା ବ୍ୟାନର ଦେଖିବାକୁ ମିଳିଛି । ଚୀନର ରାଜଧାନୀ ବେଜିଂ ସମେତ ସାଂଘାଇ, ଗୁଆଙ୍ଗଜୁହୁ, ସେଜେହେନ, ହଂକଂ ଆଦି ସହରରେ ଜିନପିଙ୍ଗଙ୍କ ବିରୋଧରେ ବିରୋଧ ପଦର୍ଶନ କରାଯାଇଛି । କମ୍ୟୁନିଷ୍ଟ୍ ପାର୍ଟି କଂଗ୍ରେସର ବୈଠକରେ ସୁରଖିତ ଏବଂ ସ୍ଥିର ରାଜନୈତିକ ଏବଂ ସାମାଜିକ ବାତାବରଣ ଚାହୁଁଥିବା ଦେଢ ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।