ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

88

କନକ ବ୍ୟୁରୋ: ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆରଜିଏଚ ନିର୍ଦ୍ଦେଶକଙ୍କ ସହ ଏସସିବିର ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ ଆଲୋଚନା କରୁଛନ୍ତି । ଏସସିବିର ୪ଜଣିଆ ଡାକ୍ତରୀ ଦଳ ସହ ଜଣେ ଟେକ୍ନିସିଆନ ଓ ଆରଏମଆରସିର ଦୁଇ ଜଣ ବୈଜ୍ଞାନିକ ରାଉରକେଲାରେ ପରିସ୍ଥିତର ସମୀକ୍ଷା କରୁଛନ୍ତି । ଏହାପୂର୍ବରୁ ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି । ୧୫ ଦିନ ପରେ ରୋଗୀଙ୍କ ସଂଖ୍ୟା କମୁଥିବା କିଛିଟା ଆଶ୍ୱସ୍ତି ଆଣିଛି । ବର୍ତମାନ ସୁଦ୍ଧା ହଇଜା ଯୋଗୁଁ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।