ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଜିଲ୍ଲା ପରିଷଦଙ୍କ ଭାଷଣ ବେଳେ ନାରାବାଜି କଲେ ବିଜେପି କର୍ମୀ ।

121

କନକ ବ୍ୟୁରୋ: ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲି ପଞ୍ଚାୟତରୁ ଆସିଛି ଏପରି ଖବର । ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ତେନ୍ତୁଳିଆପଲ୍ଲୀରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । କାର୍ଯ୍ୟକ୍ରମକୁ ଅତିଥି ଭାବେ ୧୧ ନମ୍ବର ଜୋନ ବିଜେଡିର ଜିଲ୍ଲା ପରିଷଦ ସୋନମ ପଲେଇ ଯୋଗଦେଇଥିଲେ । ତେବେ ସେ ନିଜ ଭାଷଣ ଦେଉଥିବା ବେଳେ ବିଜେପି କର୍ମୀମାନେ ପ୍ରତିବାଦ କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।