ପ୍ରବଳ ଖରାରେ ଆସନ୍ତାକାଲି ଖୋଲିବ ତ ସ୍କୁଲ? ଅପରାହ୍ନରେ ବସୁଛି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ।

594

କନକ ବ୍ୟୁରୋ: ଘୁଞ୍ଚିିପାରେ ଖରାଛୁଟି । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ସ୍କୁଲ ଛୁଟି ଘୁଞ୍ଚାଇବା ପାଇଁ ତର୍ଜମା ଚାଲିଛି । ଖୁବଶୀଘ୍ର ଏନେଇ ନିଷ୍ପତ୍ତି ଘୋଷଣା କରିପାରନ୍ତି ସରକାର । ଅପରାହ୍ନରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ସ୍କୁଲ ଖୋଲିବା ନେଇ କଣ ନିଷ୍ପତ୍ତିି ନିଆଯାଉଛି ତା ଉପରେ ନଜର ରହିଛି ।

ସେପଟେ ସ୍କୁଲ ମାନଙ୍କରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସ୍କୁଲ ପରିସର ସମେତ ଶ୍ରେଣୀଗୃହ, ରୋଷେଇଘର, ଶୌଚାଳୟକୁ ପରିଷ୍କାର କରାଯାଉଛି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ପାଚିକା ଆଦିଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।