ହଜିଗଲା ମାନବିକତା । ୮୦ ବର୍ଷିୟା ବୃଦ୍ଧାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ପୀଡ଼ିତା

1,925

କନକ ବ୍ୟୁରୋ: ମଣିଷ କେମିତି ଅମିଣଷ ପାଲଟିଯାଏ, ମାନବିକତା ଭୁଲିଯାଏ, ସେମିତି ଏକ ଛାତିକୁ ଦୋହଲାଇ ଦେଲା ଭଳି ଲଜ୍ଜାଜନକ ଖବର ଆସିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରୁ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ଏକ ଗାଁର, ଜଣେ ଅସହାୟ ୮୦ବର୍ଷିୟ ବୃଦ୍ଧାଙ୍କୁ କେହି ଦୁବୃର୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ବୃଦ୍ଧାଙ୍କ ଝିଅ ଥାନାରେ ଅଭିଯୋଗ କରିବା ପରେ ପୂରା ଘଟଣା ପଦାକୁ ଆସିଛି ।

ଅଭିଯୋଗ ଅନୁସାରେ ବୃଦ୍ଧା ଜଣକ ପ୍ରଥମ ରଜରେ ଝିଅ ଘରକୁ ବୁଲି ଆସିବା ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ଗାଡି ଚାଳକ ବୃଦ୍ଧାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ତାପରେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ବୃଦ୍ଧାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ତାଙ୍କ ସମ୍ପର୍କୀୟ । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।