ପଦ୍ମ ବିଜେତାଙ୍କୁ ନୈଶ୍ୟଭୋଜି ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ ।

152

କନକ ବ୍ୟୁରୋ: ପଦ୍ମ ବିଜେତାଙ୍କୁ ନୈଶ୍ୟଭୋଜି ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ନୈଶ୍ୟଭୋଜିରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଏସ୍. ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ ଓ ହରଦୀପ ସିଂହ ପୁରୀ । ଗତକାଲି ୨ ଓଡ଼ିଆଙ୍କ ସମେତ ୬୫ ଜଣଙ୍କ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ୩ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ ଓ ୫୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି ।

ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ, ଲେଖକ ଓ ଗୀତିକାର ବିନୋଦ କୁମାର ପଶାୟତ ଏବଂ କୃଷ୍ଣଲୀଳା ସଂଗୀତର ଗାୟକ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।