ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଲେ ସାକ୍ଷାତ , ଏସ-୪୦୦ ନେଇ ଭାରତ ରଖିବ ମତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଆମେରିକୀୟ ମନ୍ତ୍ରୀଙ୍କ ଭାରତ ଗସ୍ତ । ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିୟୋ ଭାରତ ପହଂଚିଛନ୍ତି । ପୋମ୍ପିୟୋ ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଭାରତ ଆତଙ୍କବାଦ, ଇରାନ ଓ ଆଂଟି ଏୟାରକ୍ରାଫ୍ଟ ସିଷ୍ଟମ ଏସ-୪୦୦ ନେଇ ନିଜ ପକ୍ଷ ରଖିବ । ରୁଷରୁ ଏସ-୪୦୦ କିଣିବାକୁ ଭାରତକୁ ଆମେରିକା ମନା କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Working together to further deepen our strategic partnership@SecPompeo called on PM @narendramodi to exchange views on various aspects of Indo-US relationship. PM will meet President @realDonaldTrump on the sidelines of the upcoming #G20OsakaSummit pic.twitter.com/Jjjp9gTKbd
— Raveesh Kumar (@MEAIndia) June 26, 2019
ଏପରିକି ଭାରତ ଉପରେ କଟକଣା ଲଗାଇବାକୁ ମଧ୍ୟ ଆମେରିକା ଚେତାବନୀ ଦେଉଛି । ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମୟରେ ପମ୍ପିୟୋଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ହେବାକୁ ଦୁଇ ପାକ୍ଷିକ ବୈଠକରେ ଆମେରିକାର ଇରାନ ଉପରେ କଟକଣା ଯୋଗୁଁ ଭାରତର ଉପରେ ପଡୁଥିବା ପ୍ରଭାବର ଅଧିକ ଆଲୋଚନା ହେବା ସମ୍ଭାବନା ରହିଛି । କାରଣ ବର୍ତମାନ ସ୍ଥିତିରେ ଭାରତ ତେହେରାନରୁ ତେଲ ଆମଦାନୀ ବନ୍ଦ ରଖିଛି ।